Latest Odisha News

BREAKING NEWS

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ : ସୁନ୍ଦରଗଡ ଚାମ୍ପିୟନ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛି ସୁନ୍ଦରଗଡ । ଶୁକ୍ରବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁନ୍ଦରଗଡ ୧-୦ ଗୋଲରେ ଦେଓଗଡକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । କିଟ/କିସ ଟିମ ୪-୦ ଗୋଲରେ ସମ୍ବଲପୁରକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି । ୩୦ ଟିମର ପାଖାପାଖି ୫୦୦ ଖେଳାଳି ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଆୟୋଜିତ କରାଯାଇଥିବା ଏହି ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିଲେ । ଏହି ଚାମ୍ପିୟନଶିପ ଯୋଗୁ ସାରା ରାଜ୍ୟ ହକି ମୁଖରିତ ହୋଇ ଉଠିଥିଲା । ଉଦଯାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ହକି ଖେଳାଳି ଅଲିମ୍ପିଆନ ଲାଜରୁସ ବାର୍ଲା, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା ଯୋଗ ଦେଇଥିଲେ । ଅଧିକାରୀଙ୍କ ମଧ୍ୟରେ ସିଦ୍ଧାର୍ଥ ଶଙ୍କର ସାହୁ, ଶୈଲେନ୍ଦ୍ର କୁମାର ଜେନା, ଗଗନେନ୍ଦୁ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ହକି ଆସୋସିଏଶନ ଅଫ ଓଡିଶାର ସଭାପତି, ହକି ପ୍ରମୋଶନାଲ କାଉନ୍ସିଲର ଚେୟାରମ୍ୟାନ ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ଉଦୀୟମାନ ଖେଳାଳିଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡିଶା ସରକାର ଓ କିଟ/କିସର ଫାଉଣ୍ଡର ତଥା ଏମପି ଅଚ୍ୟୁତ ସାମନ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।

ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ରାଜ୍ୟ ହକି କ୍ୟାମ୍ପକୁ ଡକାଯିବ । ସେଠାରେ ଆବଶ୍ୟକ ପ୍ରଶିକ୍ଷଣ ପରେ ଜାତୀୟ ଚାମ୍ପିୟନଶିପ ପାଇଁ ଓଡିଶା ଦଳ ଘୋଷଣା କରାଯିବ ବୋଲି ଦିଲୀପ ସୂଚନା ଦେଇଥିଲେ ।
ପୁରସ୍କାର ସୂଚୀ-ଚାମ୍ପିୟନ: ସୁନ୍ଦରଗଡ, ରନର୍ସଅପ: ଦେଓଗଡ, ତୃତୀୟ ସ୍ଥାନ:କିଟ/କିସ
ଶ୍ରେଷ୍ଠ ଗୋଲକିପର: ମିଲନ ଭୂୟାଁ (ସୁନ୍ଦରଗଡ), ଶ୍ରେଷ୍ଠ ଡିଫେଣ୍ଡର: ସଲିମ କୁଲା (ଦେଓଗଡ), ଶ୍ରେଷ୍ଠ ମିଡଫିଲ୍ଡର: ଅସିତ ଲାକ୍ରା (ଦେଓଗଡ), ଶ୍ରେଷ୍ଠ ଫରୱାର୍ଡ: ଅମ୍ରିତ ଡୁଙ୍ଗଡୁଙ୍ଗ, ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ: ପ୍ରେମଚାନ୍ଦ ହୋରୋ(ସମ୍ବଲପୁର) ।

Leave A Reply

Your email address will not be published.