ଭୁବନେଶ୍ବର: ସୂଚନା କମିଶନ ଅଧ୍ୟକ୍ଷ ପଦବୀ ପରେ ଆଜି ୪ଟି ସୂଚନା କମିଶନ ସଦସ୍ୟ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସୂଚନା କମିଶନରେ ଏବେ ୨ଜଣ ସଦସ୍ୟ କାର୍ଯ୍ୟରତ ଥିବାବେଳେ ଅଧ୍ୟକ୍ଷଙ୍କ ସମେତ ମୋଟ ୫ଟି ପଦବୀ ପୂରଣ ପାଇଁ ସରକାର ବିଜ୍ଞାପନ ଜାରି କରିଛନ୍ତି ।
ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ଯୋଗ୍ୟ ପ୍ରାର୍ଥୀଙ୍କୁ ସର୍ବାଧିକ ୫ବର୍ଷ ଅବା ୬୫ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ ତଥା ସେ ‘ରାଜ୍ୟ ମୁଖ୍ୟ ସଚିବ’ଙ୍କ ଭଳି ଦରମା, ଭତ୍ତା ଆଦି ସୁବିଧା ମଧ୍ୟ ପାଇବେ ।