Latest Odisha News

BREAKING NEWS

କାର୍ଯ୍ୟକ୍ଷମ ହୋଇଛି ଓଡିଶା ରାଜ୍ୟ ଆଇନଜୀବି ପରିଷଦର ଆଡଭୋକେଟ ଏକାଡେମି

ଭୁବନେଶ୍ଵର: ରାଜ୍ୟରେ ଆଇନଜୀବି ମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ରାଜ୍ୟ ଆଇନଜୀବି ପରିଷଦ ମଧୁସୁଦନ ଆଡଭୋକେଟ୍ ଏକାଡେମିକୁ କାର୍ଯ୍ୟକ୍ଷମ କରାଯାଇଛି । ଓଡିଶା ରାଜ୍ୟ ଆଇନଜୀବି ପରିଷଦର ବରିଷ୍ଠ ମାନ୍ୟବର ସଦସ୍ୟ ଶ୍ରୀଯୁକ୍ତ ବିଭୁପ୍ରସାଦ ତ୍ରୀପାଠୀଙ୍କୁ ଆଡଭୋକେଟ ଏକାଡେମିର ମୁଖ୍ୟ ସଂଯୋଜକ ଓ ଆବାହକ ଭାବେ ନିଯୁକ୍ତି ଦାୟିତ୍ଵ ଦିଆଯାଇଛି ବୋଲି ରାଜ୍ୟ ଆଇନଜୀବି ପରିଷଦ ପକ୍ଷରୁ ସାଧାରଣ ବୈଠକରେ ପ୍ରସ୍ତାବ ଗୃହିତ ହୋଇଛି ।

ଏନେଇ ସୂଚନା ଦେଇ ଓଡିଶା ରାଜ୍ୟ ଆଇନଜୀବି ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୀତାଶୁଂ ମୋହନ ଦ୍ଵୀବେଦୀ ଜଣାଇଛନ୍ତି ଯେ, ଦୀର୍ଘ ବର୍ଷ ହେବ ରାଜ୍ୟର ଆଇନଜୀବି ମାନଙ୍କର ନୀରନ୍ତର ପେଷାଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଓଡିଶା ରାଜ୍ୟ ଆଇନଜୀବି ପରିଷଦର ଭୂମିକା ଗୁରୁତ୍ଵପୁର୍ଣ୍ଣ ବୋଲି ଉପଲବ୍ଧି କରି ଆଡଭୋକେଟ ଏକାଡେମିକୁ ଶସକ୍ତକରଣ କରିବା ଲକ୍ଷରେ ଏହି ପ୍ରସ୍ତାବ ଗୃହିତ ହୋଇଛି ।

ସେପଟେ ଓଡିଶା ଜାତିର ପ୍ରାଣ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣତ୍ତୋର ଭାରତ ରତ୍ନ ପ୍ରଦାନ କରିବା ଲାଗି ଓଡିଶା ରାଜ୍ୟ ଆଇନଜୀବି ପରିଷଦ ପକ୍ଷରୁ ବିଧିବଦ୍ଧ ଭାବରେ ପ୍ରସ୍ତାବ ଗ୍ରହଣ କରାଯିବା ସହିତ ଏଥିନିମନ୍ତେ ଆବଶ୍ୟକିୟ ପଦାଧାରୀମାନଙ୍କୁ ଓଡିଶା ରାଜ୍ୟ ଆଇନଜୀବି ପକ୍ଷରୁ ଅନୁରୋଧ ପ୍ରସ୍ତାବ ପଠାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।

କେନ୍ଦ୍ର ସରକାର ଦୀର୍ଘ ବର୍ଷ ଧରି ଏଭଳି ଏକ ସମ୍ବେଦନଶୀଳ ବିଷୟବସ୍ତୁ ଉପରେ ତୁରନ୍ତ ନିଷ୍ପତି ନେବାର ଆବଶ୍ୟକତା ରହିଛି ଓ ରାଜ୍ୟର ଆଇନଜୀବିମାନେ ମଧୁବାବୁଙ୍କ ପେଷାର ପ୍ରତିକଭାବେ ବିବେଚନା କରୁଥିବାରୁ ଓଡିଶା ରାଜ୍ୟ ଗଠନରେ ମଧୁବାବୁଙ୍କ ଭୂମିକା ଅତୁଳନୀୟ ହୋଇଥିବାରୁ ମଧୁବାବୁଙ୍କ ମରଣୋତ୍ତର ଭାରତରତ୍ନ ଯଥାର୍ଥ ବୋଲି ରାଜ୍ୟ ଆଇନଜୀବି ପରିଷଦ ବୈଠକରେ ମତ୍ତପ୍ରକାଶ ପାଇଥିଲା ।

Leave A Reply

Your email address will not be published.