Latest Odisha News

BREAKING NEWS

ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରର ଏରିୟଲ ଭ୍ୟୁ, ଏହାସହ ଟ୍ବିଟ୍ କରି ପୂଜା ସମୟର ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଆଜି ଭାରତୀୟଙ୍କ ପାଇଁ ସବୁଠୁ ବଡ ଦିନ ପାଲଟିବ । କାରଣ ଆଜି ରାମଲଲାଙ୍କ ମୂର୍ତ୍ତି ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ । ବର୍ତ୍ତମାନ ସମସ୍ତଙ୍କ ନଜର ଏବେ ରାମ ମନ୍ଦିର ଉପରେ ରହିଛି । ସମସ୍ତ ରାମ ଭକ୍ତମାନେ ସେମାନଙ୍କର ପ୍ରିୟର ଦେବତା ରାମଲଲାଙ୍କୁ ରାମ ମନ୍ଦିରରେ ଅବସ୍ଥାନ ହେବାର ଦେଖିବାକୁ ଚାହାଁନ୍ତି । ଏହି ସମୟରେ, ରାମ ମନ୍ଦିରର ଏରିୟଲ ଭ୍ୟୁ ସାମ୍ନାକୁ ଆସିଛି ଯାହା ଆପଣଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଆକର୍ଷଣ କରିବ । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ରାମ ମନ୍ଦିର ଆକାଶରୁ କିପରି ଦେଖାଯାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟରରୁ ଏହି ଦୃଶ୍ୟକୁ କଏଦ କରାଯାଇଛି ।

ଏହି ଭିଡିଓ ମାଧ୍ୟମରେ ଆପଣ ଦେଖିପାରିବେ ଯଦି ଆମେ ଆକାଶରୁ ରାମ ମନ୍ଦିର ଦେଖିବା ତେବେ ଏହା କିପରି ଦେଖାଯିବ । ଆଜି କେବଳ ଭାରତରେ ନୁହେଁ ବିଶ୍ବ ର ଅନେକ ଦେଶରେ ରାମ ମନ୍ଦିର ପ୍ରତି ଉତ୍ସାହ ଦେଖିବାକୁ ମିଳୁଛି । ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ 55 ଟି ଦେଶର ଲୋକମାନେ ଟିଭି, ସୋସିଆଲ୍ ମିଡିଆ ଇତ୍ୟାଦି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ଜୟ ସିୟାରାମ! ଲେଖି ରାମ ମନ୍ଦିର ଭିତରେ ପ୍ରବେଶ କରିବା ଓ ପୂଜାର କରିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ।  ସେ ଆହୁରି ଲେଖିଛନ୍ତି ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁହୁର୍ତ୍ତ ସମସ୍ତଙ୍କୁ ଭାବ ବିହ୍ୱଳ କରିବାକୁ ଯାଉଛି । ଏହି ପବିତ୍ର ସମାରୋହର ଅଂସ ହେବା ଅତ୍ୟନ୍ତ ସୌଭାଗ୍ୟ ର ବିଷୟ ଅଟେ ।

ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି । ଏହା ସହିତ ଆଜି ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରତିମାର ପ୍ରାଣ ପ୍ରତିଷ୍ଠା କରାଯିବ । ଆସନ୍ତାକାଲି ଠାରୁ ସାଧାରଣ ଲୋକଙ୍କ ପାଇଁ ଏହି ମନ୍ଦିର ଖୋଲାଯିବ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୁରା ମନ୍ଦିରକୁ ଫୁଲ ଆଲୋକରେ ରେ ସଜାଯାଇଛି ଯାହାକି ବହୁତ ଆକର୍ଷଣୀୟ ଦେଖାଯାଉଛି । ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏହାର ଫଟୋ ଓ ଭିଡିଏ ଭାଇରାଲ ହେଉଛି ।

Leave A Reply

Your email address will not be published.