Latest Odisha News

BREAKING NEWS

ପୁଳାପୁଳା ଟଙ୍କା ନେଇ ଆଫଗାନ ରାଷ୍ଟ୍ରପତି ଘାନି ଦେଶରୁ ପଳାଇ ଯାଇଛନ୍ତି !

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ନେଇ କାବୁଲରେ ଥିବା ରୁଷିଆ ଦୂତାବସ ଚାଂଚଲ୍ୟକର ଖୁଲାସା କରିଛି । ଘନି ଦେଶ ଛାଡିବା ବେଳେ ନିଜ ସହିତ ୪ଟି କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ସାଙ୍ଗରେ ନେଇଥିଲେ । ହେଲିକପ୍ଟରରେ ଟଙ୍କା ପୂର୍ଣ୍ଣ ହୋଇଯିବା ପରେ ବଳକା ଟଙ୍କା ବିମାନ ବନ୍ଦରରେ ଛାଡି ସେ ପଳାଇ ଯାଇଥିଲା ।

ତାଲିବାନ ବି ସ୍ୱୀକାର କରିଛି ବିମାନବନ୍ଦରରେ ୫୦ ଲକ୍ଷ ଡଲାର ପାଖାପାଖି କ୍ୟାଶ ମିଳିଛି । ଘନି କେଉଁ ଏୟାରକ୍ରାଫ୍ଟରେ ଗଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ସେ ଆମେରିକା କିମ୍ବା ତାଜିକସ୍ତାନ ଯାଇଥିବା ଅନୁମାନ କରାଯାଉଛି । ଏହି ଅବସରରେ ରୁଷିଆ ସ୍ପଷ୍ଟ କରିଛି ଯେ, କାବୁଲରେ ଥିବା ଦୂତାବସ ଖୋଲା ରହିବ ।

Leave A Reply

Your email address will not be published.