ଆଫଗାନିସ୍ତାନ : ଆସନ୍ତାକାଲି ଆମେରିକାରେ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଉଛି ୨୦ ବର୍ଷ । ଏହିଦିନ ହିଁ ଅର୍ଥାତ ଆସନ୍ତାକାଲି ଆଫଗାନିସ୍ତାନରେ ଶପଥ ନେବ ତାଲିବାନ ସରକାର । ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ହାସନ ଆଖୁନ୍ଦ ଶପଥ ନେବେ । ଏଥିସହ ଦୁଇ ଜଣ ଉପପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ବାରଦାର ଓ ମଓ୍ବାଲବି ହନାଫି ଶପଥ ନେବେ । ସାରିଆ ଆଇନ ଅନୁସାରେ ଚାଲିବ ଶାସନ । ମୁଲ୍ଲା ୟାକୁବ ପ୍ରତିରକ୍ଷା ମନ୍ତ୍ରୀ ଓ ସିରାଜୁଦ୍ଦିନ ହକ୍କାନି ଗୃହମନ୍ତ୍ରୀ ଦାୟିତ୍ବରେ ରହିବେ । ଆମିର ଖାଁ ମୁଟ୍ଟାକିଙ୍କୁ ବୈଦେଶିକ ମନ୍ତ୍ରୀ କରାଯାଇଥିବା ବେଳେ, ସିରାଜୁଦ୍ଦିନ ହକାନି ହୋଇଛନ୍ତି ଆଭ୍ୟନ୍ତରୀଣ ମନ୍ତ୍ରୀ । ଶିକ୍ଷାମନ୍ତ୍ରୀ ଭାବେ ଶେଖ ମାଲାଓ୍ବି ନୁରୁଲ୍ଲା ଓ ଉଚ୍ଚଶିକ୍ଷାମନ୍ତ୍ରୀ ଭାବେ ଅବଦୁଲ ବାକି ହକାନିଙ୍କୁ ଦାୟିତ୍ବ ଦିଆଯାଇଛି ।
ସେପଟେ ଆଫଗାନିସ୍ତାନରେ ସାଧାରଣ ଲୋକଙ୍କ ପ୍ରତି ବଢ଼ିଛି ଅତ୍ୟାଚାର, ମହିଳାଙ୍କ ଗୋଡ଼ରେ ଲାଗିଛି ପ୍ରତିବନ୍ଧକର ବେଡ଼ି । ପ୍ରତିବାଦ କଲେ ମିଳୁଛି ଅକଥନୀୟ ନିର୍ଯାତନା । ବିଦ୍ରୋହ କଲେ ଖାଇବାକୁ ପଡ଼ୁଛି ଲାଠି, ବନ୍ଧୁକ ମାଡ଼ । ଆଫଗାନିସ୍ତାନରେ ଆତଙ୍କବାଦୀ ସରକାର ଗଠନ ପରେ କ୍ରୁର ଶାସନ ଆରମ୍ଭ କରିଛି ତାଲିବାନ । ମହିଳାଙ୍କ ଉପରେ ବଢ଼ିଛି ପ୍ରତିବନ୍ଧକ । ରକ୍ତମୁଖା ଆତଙ୍କୀ ମହିଳା ଓ ସାମ୍ବାଦିକଙ୍କୁ ଠେଙ୍ଗା, ବନ୍ଧୁକରେ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ସାରାଦେଶରେ ବିକ୍ଷୋଭ, ପ୍ରତିବାଦ ବ୍ୟାନ କରାଯାଇଛି । ଯଦି କେହି ଆନ୍ଦୋଳନ କରିବେ ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ପଡିବ । ସେହିପରି ମହିଳା କ୍ରୀଡ଼ାବିତଙ୍କ ପାଇଁ କଠୋର ନିୟମ ଜାରି କରିଛି ତାଲିବାନ ।
Comments are closed.