ଓ୍ବାଶିଂଟନ : ଆଫଗାନିସ୍ତାନରେ ଏବେ ଚାଲିବ ତାଲିବାନର ରାଜୁତି । ଘନି ସରକାରର ପତନ ପରେ ଏବେ ତାଲିବାନ କବଜାରେ କାବୁଲ । ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ନେଇ ଆରମ୍ଭ ହେଲାଣି ବିରୋଧ । Save us, Save afganistan ନାଁରେ ଦିଆଗଲାଣି ନାରାବାଜି । ହ୍ବାଇଟ ହାଉସ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି ଆଫଗାନୀ । ଆଫଗାନରେ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଦାୟୀ ବୋଲି ସ୍ଲୋଗାନ ଦିଆଯାଉଛି ।
ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେବା ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି ତାଲିବାନ । ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ବିରୋଧରେ ଆକ୍ରୋଶ ବଢୁଥିବା ବେଳେ ହ୍ବାଇଟ୍ ହାଉସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଫଗାନିସ୍ତାନ ବାସିନ୍ଦା । ଓ୍ବାଶିଂଟନରେ ରହୁଥିବା ଆଫଗାନୀମାନେ ବିଡେନ ପ୍ରଶାସନକୁ ଦାୟୀ କରିବା ସହ ନାରାବାଜି କରିଛନ୍ତି । ଆମେରିକା ଆଫଗାନିସ୍ତାନକୁ ଧୋକା ଦେଇଛି ବୋଲି ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଫଗାନୀ ।
ଆଫଗାନିସ୍ତାନର ଏଭଳି ସ୍ଥିତି ପାଇଁ ଆମେରିକାକୁ ଦାୟୀ କରି ବିକ୍ଷୋଭ କରିଛନ୍ତି ଆଫଗାନିସ୍ତାନ ଜନତା । ଆଫଗାନିସ୍ତାନ ଶାସନ ତାଲିବାନ ହାତକୁ ଚାଲିଗଲେ ହଜାର ହଜାର ଓସାମା ବିନ ଲାଡେନ ଜନ୍ମ ନେବେ । ପାକିସ୍ତାନ ସହ ମିଶି ତାଲିବାନୀ ସାରାବିଶ୍ବରେ ଅରାଜକତା ସୃଷ୍ଟି କରିବେ ବୋଲି ବିକ୍ଷୋଭକାରୀ କହିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୧ ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବ ବୋଲି ବିଡେନ ଘୋଷଣା କରି ସାରିଛନ୍ତି ।
Comments are closed.