Latest Odisha News

BREAKING NEWS

ଦୟାକରି ଭାରତ-ପାକିସ୍ତାନ କ୍ରିକେଟକୁ ଅନୁମତି ଦିଆଯାଉ: ମୋଦିଙ୍କୁ ଅନୁରୋଧ କଲେ ଆଫ୍ରିଦି

ଲାହୋର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରିକେଟ ଖେଳକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଚଳିତବର୍ଷ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହା କହିଥିଲେଯେ ଭାରତୀୟ ଦଳ ଏସିଆ କପ-୨୦୨୩ ପାଇଁ ପାକିସ୍ତାନ ଗସ୍ତରେ ଯିବ ନାହିଁ । ବିସିସିଆଇ ଏହା କହିବା ପରେ କୁହାଯାଉଛି ଯେ ଏସିଆ କପ୍ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରେ । ତେବେ ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ) ପାକିସ୍ତାନରେ ହିଁ ଏସିଆ କପ୍ ଆୟୋଜନ କରିବାକୁ ଜିଦ୍ ଧରିଛି।

ଏହି ସମୟରେ, ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି ପାକିସ୍ତାନରେ କ୍ରିକେଟ ମ୍ୟାଚ ପାଇଁ ଭାରତୀୟ ଖେଳାଳିଙ୍କୁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ପାକିସ୍ତାନରେ ସୁରକ୍ଷାକୁ ନେଇ କୁହାଯାଉଛି, ତେବେ କିଛିଦିନ ତଳେ ଅନେକ ବିଦେଶୀ ଦଳ ପାକିସ୍ତାନ ଗସ୍ତରେ ଆସିଥିଲେ । ଆମକୁ ମଧ୍ୟ ଭାରତରେ ଡର ଲାଗିଥାଏ । କିନ୍ତୁ ଯଦି ଉଭୟ ଦେଶର ସରକାରଙ୍କଠାରୁ ଅନୁମତି ମିଳେ ତେବେ କ୍ରିକେଟ ଖେଳ ହୋଇପାରିବ । ଏହା ପରେ ଆଫ୍ରିଦି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ ମୋଦି ସାହେବ କ୍ରିକେଟ୍ ପାଇଁ ଅନୁମତି ଦିଅନ୍ତୁ ।

Comments are closed.