Latest Odisha News

BREAKING NEWS

ୱିଜଡନ ଜାରୀ କଲା ୨୦୨୧-୨୩ର ଶ୍ରେଷ୍ଠ ଟେଷ୍ଟ ଏକାଦଶ

ଦୁବାଇ: ୨୦୨୧-୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଦର୍ଶନକୁ ନେଇ ୱିଜଡନ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଭାରତର ଟପ ଥ୍ରୀ ବିରାଟ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଏଥିରେ ସ୍ଥାନ ମିଳିନି । ଅପରପକ୍ଷରେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତଙ୍କୁ ଟିମରେ ସୁଯୋଗ ମିଳିଛି । ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନି । ଅଷ୍ଟ୍ରେଲିଆରୁ ସର୍ବାଧିକ ୪ ଖେଳାଳିଙ୍କୁ ଦଳରେ ନିଆଯାଇଛି । ସେମାନେ ହେଲେ ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ପ୍ୟାଟ କମିନ୍ସ ଓ ନାଥାନ ଲାୟନ । ଶ୍ରୀଲଙ୍କାର ୨ଜଣ ବ୍ୟାଟ୍ସମ୍ୟାନ ଦିମୁଥ କରୁଣାରତ୍ନେ ଓ ଦୀନେଶ ଚଣ୍ଡିମାଲା ଓ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା, ଇଂଲଣ୍ଡର ଜନୀ ବେୟାରଷ୍ଟୋଙ୍କୁ ସ୍ଥାନ ମିଳିଛି । ଭଲ ପ୍ରଦର୍ଶନ ସତ୍ୱେ ପାକିସ୍ତାନର ବାବର ଆଜାମ ସ୍ଥାନ ପାଇ ନାହାନ୍ତି ।

ୱିଜଡନ ଶ୍ରେଷ୍ଠ ଏକାଦଶ: ଉସମାନ ଖ୍ୱାଜା, ଦିମୁଥ କରୁଣାରତ୍ନେ, ମାର୍ନସ ଲାବୁଶେନ, ଦୀନେଶ ଚଣ୍ଡିମାଲା, ଜନୀ ବେୟାରଷ୍ଟୋ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ପ୍ୟାଟ କମିନ୍ସ, କାଗିସୋ ରାବାଡା, ନାଥାନ ଲାୟନ ଓ ଯଶପ୍ରୀତ ବୁମରାହ ।

Leave A Reply

Your email address will not be published.