Latest Odisha News

BREAKING NEWS

ଆୟୁଷ୍ମାନ ଖୁରାନାଙ୍କ ଟ୍ୱିଟ ପରେ ଛେନାପୋଡ଼କୁ GI tag ଦେବା ନେଇ ଜୋର ଧରିଛି ଦାବି

ମୁମ୍ବାଇ : ଦିନକୁ ଦିନ ଛେନାପୋଡ଼ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ  ରାଜ୍ୟ ବାହାରେ ଏପରିକି ବଲିଉଡ଼ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି ।  ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛେନାପୋଡ଼କୁ ନେଇ ଏକ ଟ୍ବିଟ୍‌ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିଛି। ଏହା ପରେ ଛେନାପୋଡ଼କୁ ଏକ ସ୍ୱତନ୍ତ୍ର ଓ ସ୍ବାଦିଷ୍ଟ ମିଷ୍ଟାନ୍ନ ଭାବେ GI Tag ଦେବା ନେଇ ଉଠୁଛି ଦାବି ।

କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର ମହୋତ୍ସବରେ ଯୋଗ ଦେଇଥିଲେ । ଆୟୁଷ୍ମାନ ଛେନାପୋଡ଼ ଖାଇଥିବାବେଳେ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଥିଲେ  ।  ‘ଛେନାପୋଡ଼ର ଏହି ପୋଡ଼ା ଅଂଶ ତାଙ୍କର ଖୁବ୍‌ ପସନ୍ଦ ଥିଲା  ।  ଆୟୁଷ୍ମାନଙ୍କ ଏହି ଟ୍ୱିଟ ପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲା।

ଛେନା ପୋଡ଼ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜିଆଇ ଟ୍ୟାଗ ମିଳିବା ଉଚିତ ବୋଲି ଲୋକେ କହିଛନ୍ତି । ପୂର୍ବରୁ ନୟାଗଡ଼ ଜିଲ୍ଲାର ଲୋକମାନେ ନିଜ ଜିଲ୍ଲାର ପରିଚୟ ‘ଛେନା ପୋଡ’ ପାଇଁ ଜିଆଇ ଟ୍ୟାଗ୍ ଦାବି କରିଆସୁଛନ୍ତି ।ହେଲେ ଏହି ମିଠାକୁ ନେଇ ଜିଆଇ ଟ୍ୟାଗ୍ ଦେବାକୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ଏ ଦିଗରେ ଉଚିତ୍‌ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ନୟାଗଡ଼ବାସୀ।

 

Leave A Reply

Your email address will not be published.