Latest Odisha News

BREAKING NEWS

ବ୍ୟାଙ୍କ୍‌ ଅଫ୍‌ ବରୋଦା ପରେ ଏବେ ୟୁନିୟନ୍‌ ବ୍ୟାଙ୍କ ହୋମ୍‌ ଲୋନ୍‌ ସୁଧ ହାର ହ୍ରାସ କରିଛି; ଏବେ ଗୃହ ଋଣ ଉପରେ ମହିଳାଙ୍କୁ ମିଳିବ ଅତିରିକ୍ତ ରିହାତି

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ପରେ ବର୍ତ୍ତମାନ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଗୃହ ଋଣ ସୁଧ ହାର ହ୍ରାସ କରିଛି। ବ୍ୟାଙ୍କ ୩୦ ଲକ୍ଷରୁ ଅଧିକ ହୋମ୍‌ ଲୋନ୍‌ ବଦଳରେ ସୁଧ ଉପରେ ୧୦ଟି ଆଧାର ପଏଣ୍ଟ କଟାଇଛି। ପୂର୍ବରୁ ଏହା ଉପରେ ୬.୯୫ ପ୍ରତିଶତ ସୁଧ ଆଦାୟ କରାଯାଉଥିଲା।

କିନ୍ତୁ ବର୍ତ୍ତମାନ ଏହି ହାର ୬.୮୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହାପୂର୍ବରୁ ବ୍ୟାଙ୍କ ଅଫ୍ ବରୋଦା ବାହ୍ୟ ମାନଦଣ୍ଡ ସହିତ ଜଡିତ ରେପୋ ହାରକୁ ୧୫ଆଧାର ପଏଣ୍ଟ ହ୍ରାସ କରିଥିଲା। ଏହି କାରଣରୁ ବ୍ୟାଙ୍କର ହୋମ୍‌ ଲୋନ୍‌ ହାର ୬.୮୫ ପ୍ରତିଶତ ଏବଂ ଅଟୋ ଋଣ ହାର ୭.୧ ପ୍ରତିଶତକୁ ଆସିଛି।
ତେବେ ଗୃହ ଋଣ ହାର ହ୍ରାସ କରିବା ସହିତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂତନ ଋଣ ଉପରେ ପ୍ରକ୍ରିୟାକରଣ ଚାର୍ଜକୁ ରଦ୍ଦ କରିଦେଇଛି। ଋଣ ନେବାରେ ଆଇନଗତ ଏବଂ ମୂଲ୍ୟ ନିର୍ଦ୍ଧାରଣ ଚାର୍ଜକୁ ମଧ୍ୟ ରଦ୍ଦ କରିଦିଆଯାଇଛି। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ହ୍ରାସ ହାରର ଲାଭ କେବଳ ୭୦୦ ରୁ ଅଧିକ କ୍ରେଡିଟ ସ୍କୋର ଥିବା ଲୋକଙ୍କୁ ଦିଆଯିବ।

ମହିଳାମାନଙ୍କୁ ଗୃହ ଋଣ ଉପରେ ବ୍ୟାଙ୍କ ୦.୦୫ ପ୍ରତିଶତ ସୁଧ ହାରରେ ଅତିରିକ୍ତ ରିହାତି ଘୋଷଣା କରିଛି। ଏବେ ମହିଳାମାନଙ୍କୁ ଋଣ ଉପରେ ୦.୧୫ ପ୍ରତିଶତ କମ୍ ଦେବାକୁ ପଡିବ। କରୋନା ସଂକ୍ରମଣ ହେତୁ ଅର୍ଥନୀତି‌ ଟେଉଁଭଳି ଭାବରେ ପ୍ରଭାବିତ ହୋଇଛି ସେଥିପାଇଁ ସରକାର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ବ୍ୟାଙ୍କମାନଙ୍କୁ ଗୃହଋଣ ହାର ହ୍ରାସ କରିବାକୁ କୁହାଯାଉଛି। ସରକାର ଆଶା ବ୍ୟକ୍ତ କରିଛନ୍ତି ଯେ ଏହା ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ଏବଂ ଲୋକମାନେ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ପାଇବେ।

Comments are closed.