ଭୁବନେଶ୍ୱର: ଦିନକୁ ଦିନ ବଢୁଛି ସାଇବର ଅପରାଧ । ସାଇବର ଠକେଇରେ ପଡି କିଏ ଟଙ୍କା ହରାଉଛି ତ କିଏ ଜୀବନ ହାରୁଛି । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ଅଶ୍ଳୀଳ କଲକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଚନ୍ତି । ସେ ନିଜ ପେଟରେ ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ବ୍ୟକ୍ତିଜଣକ ଭୁବନେଶ୍ୱର ନୟପଲ୍ଲୀ ଅଞ୍ଚଳର ଦଣ୍ଡଧର ବାରିକ । ନୟାପଲ୍ଲୀ N-1 ରେ ନିଜର ଦୁଇ ପିଲା ଓ ପତ୍ନୀଙ୍କ ସହ ରୁହନ୍ତି ଦଣ୍ଡଧର । ତିନି ତଳେ ଦଣ୍ଡଧରଙ୍କ ସହ ଜଣେ ଯୁବତୀ ହ୍ୱଟ୍ସଅପରେ ଚାଟିଂ କରିଥିଲେ । ଚାଟିଂ ପରେ ଯୁବତୀ ଜଣକ ତାଙ୍କୁ ହ୍ୱାଟସଅପରେ ନ୍ୟୁଡ କଲ କରିଥିଲେ । ଦଣ୍ଡଧରଙ୍କ କହିବା ଅନୁଯାୟୀ ସେ ବାରଣ କରିଥିଲେ ମଧ୍ୟ ସେ ବାରମ୍ବାର ଫୋନ କରିଥିଲେ । ଏହାର ସ୍କ୍ରିନ ସଟ ରଖି ଦଣ୍ଡଧରଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ଏଥିପାଇଁ ସେ ଟଙ୍କା ଦାବି କରିଥିଲେ ।
ଏ ନେଇ ଦଣ୍ଡଧର ସାଇବର ଥାନାକୁ ଯାଇଥିଲେ ଅଭିଯୋଗ କରିବା ପାଇଁ । ହେଲେ ସେଠାରେ ପୋଲିସ ତାଙ୍କୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଥଟ୍ଟା କରିଥିଲା । ପୋଲିସର ଏପରି ବ୍ୟବହାରରେ ଭାଙ୍ଗିପଡିଥିଲେ ଦଣ୍ଡଧର । ଘରକୁ ଆସି ପେଟରେ ୫୦ ଥର କଇଁଚି ଭୂସି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେହୋସ ଅବସ୍ଥାରେ ତାଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅପରେସନ କରାଯାଇଛି ।
Comments are closed.