Latest Odisha News

‘ରାହୁଲ ହେବେ ବର..ବାକି ସମସ୍ତେ ବରଯାତ୍ରୀ…’

ନୂଆଦିଲ୍ଲୀ: ୨୦୨୪ ଲୋକ ନିର୍ବାଚନ ଯେତେ ପାଖେଇ ଆସୁଛି,  ବିଜେପି ବିରୋଧୀ ସେତେ ଅଧିକ ସକ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । କିଛିଦିନ ତଳେ ପାଟନାରେ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବିରୋଧୀଙ୍କ ୨ୟ ମହାବୈଠକ ବେଙ୍ଗାଲୁରରେ ଜୁଲାଇ ୧୭ ବା ୧୮ରେ ହେବାର କାର୍ଯ୍ୟକ୍ରମ ରହିଛ । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ନେତା ତାରିକ ଅନୱର କହିଛନ୍ତି, ଏହି ପଦ ପାଇଁ ରାହୁଲ ଗାନ୍ଧୀ ସବୁଠାରୁ ଯୋଗ୍ୟ ବ୍ୟକ୍ତି   । ସେତିକି ନୁହେଁ, ଅନୱର ଲାଲୁ ଯାଦବଙ୍କ ବୟାନକୁ ଉଦ୍ଧାର କରି କହିଛନ୍ତି, ଦୁହ୍ଲା ରାହୁଲ ଗାନ୍ଧୀ ହେବେ ଏବଂ ବାକି ସମସ୍ତେ ବରଯାତ୍ରୀ ହେବ ବୋଲି କହିଛନ୍ତି।

ପାଟନାରେ ଜୁନ ୨୩ ତାରିଖ ବିଜେପି ବିରୋଧୀଙ୍କ ମହାବୈଠକ ବସିଥିଲା । ବୈଠକରେ ସବୁଦଳର ସବୁ ଶୀର୍ଷ ନେତା ଏକାଠି ହୋଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ପରସ୍ଥିତିକୁ ହାଲକା କରିବା ପାଇଁ  ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ରାହୁଲଙ୍କୁ ଶୀଘ୍ର ବାହା ହେବାକୁ କହିଥିଲେ  । ଲାଲୁ କହିଥିଲେ, ‘ରାହୁଲ ଜୀ, ଶୀଘ୍ର ବାହା ହୋଇ ପଡନ୍ତୁ । ଆମେ ବରଯାତ୍ରୀ ଯିବାକୁ ଚାହୁଁଛୁ । ଆପଣଙ୍କ ମା’ ବି ଏହା ଚାହାନ୍ତି  ।’ ଲାଲୁଙ୍କ ଏପରି କଥାରେ ରାହୁଲଙ୍କ ସମେତ ଉପସ୍ଥିତ ନେତା ଓ ସାମ୍ବାଦିକ ସମସ୍ତେ ହସିଥିଲେ ।

ଏବେ କଂଗ୍ରେସ ଦଳର ମହାସଚିବ ତାରିକ ଅନୱର ଲାଲୁଙ୍କ ବୟାନର ରାଜେନୖତିକ ବାର୍ତ୍ତା ବାହାର କରି କହିଛନ୍ତି, ଲାଲୁଙ୍କ କଥାର ଉଦ୍ଦେଶ୍ୟ ଥିଲା ଆପଣଙ୍କୁ ଦୁହ୍ଲା ଅର୍ଥାତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମାନିନେବା ପାଇଁ ଆମେ ରାଜି ଅଛୁ । ଏପରିକି ବରଯାତ୍ରୀ ହେବା ପାଇଁ ବି ପ୍ରସ୍ତୁତ ଅଛୁ ।’

ଲାଲୁଙ୍କ ଏପରି ବୟାନକୁ ରାଜନୀତି ଆରମ୍ଭ ହୋଇ ଯାଇଥିଲା । ପାଟନା ବୈଠକ ପରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଥିଲେ ‘ଶୁଣିବାକୁ ମିଳୁଛି, ନୀତିଶ ଜୀ ପାଟଣାରେ ବରଯାତ୍ରୀ ସଜାଉଛନ୍ତି । ବରଯାତ୍ରୀରେ ଦୁହ୍ଲା ବି ରହିବା କଥା । ତେବେ ୨୦୨୪ର ଦୁହ୍ଲା କିଏ ? ’ ସେ କଟାକ୍ଷ କରି ଆହୁରି କହିଥିଲେ, ସବୁ ନେତା ତ ଏଠି ପ୍ରାଧନମନ୍ତ୍ରୀ ପଦ ପାଇଁ ଦାବିଦାର ।’

ସେହିପରି ବିଜେପି ନେତା ସୁଶୀଲ ମୋଦି ମଧ୍ୟ କହିଥିଲେ, ‘ଏଠି  ସମସ୍ତେ ଦୁହ୍ଲା । କେହି ବରଯାତ୍ରୀ ନାହାନ୍ତି । ’ ସୁଶୀଲ ମୋଦି କହିଥିଲେ, ‘ନୀତିଶ ଜୀ, ଏପରି ବାରାତି ସଜାଡିଥିଲେ ଯେ, ସେଠାରେ ସମସ୍ତେ ଦୁହ୍ଲା । ପ୍ରତ୍ୟେକ ନେତା ନିଜ ନିଜ ସର୍ତ୍ତରେ ଅନ୍ୟକୁ ରାଜି କରାଇବା ପାଇଁ ବ୍ୟସ୍ତ ଅଛନ୍ତି ।’ ସୁଶୀଲ ମୋଦି ଆହୁରି କହିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିପକ୍ଷ ବୈଠକରେ ସାମିଲ ହୋଇଥିଲେ । ସେ ଦିଲ୍ଲୀ ଏବଂ ପଞ୍ଜାବରେ ସିଟ ବାଣ୍ଟିବା ପାଇଁ ସହମତ ହେବେ କି ବୋଲି ସୁଶୀଲ ମୋଦି ପ୍ରଶ୍ନ କରିଥିଲେ ।

ଏଠି ମନେପକେଇ ଦେବାକୁ ଚାହିଁବୁ, ପାଟନାରେ ବିରୋଧୀଙ୍କ ବୈଠକ ପରେ ପ୍ରେସ କନଫରେନ୍ସରେ ଲାଲୁ ବାରମ୍ବାର କହିଥିଲେ, ଏବେ ରାହୁଲଙ୍କ ଦାଢି ଶୀଘ୍ର କାଟନ୍ତୁ । ଏବେ ବିବାହ କରିବାର ସମୟ ଆସିଛି ବୋଲି କହିଥିଲେ । ସେତିକି ନୁହେଁ  ହସି ହସି ଲାଲୁ ଆହୁରି କହିଥିଲେ, ଆପଣ ଆମ ପରାମର୍ଶ ଉପରେ ଗୁରୁତ୍ୱ ଧ୍ୟାନ ଦେଉ ନାହାନ୍ତି । ଆପଣ ବିବାହ କରିନେବା ଉଚିତ ’ ଏମିତି ଥଟ୍ଟାରେ ଥଟ୍ଟାରେ ରାଜନୈତିକ ସନ୍ଦେସ ମଧ୍ୟ ଦେଇଥିଲେ ଯାହା ବିଜେପି ଉଦ୍ଦେଶ୍ୟରେ ଥିଲା । ଲାଲୁ କହିଥିଲେ, ଆମେ  ଆପଣଙ୍କ ବାହାଘର ଶୋଭାଯାତ୍ରାରେ ବରଯାତ୍ରୀ ହେବାକୁ ଚାହୁଁଛୁ ।’ ଏହାର ଉତ୍ତରରେ ରାହୁଲ ହସି ହସି କହିଥିଲେ, ‘ଆପଣ କହୁଛନ୍ତି ଯଦି ମାନିନେବା ।’ ଏହାପରେ ଲାଲୁ ରାହୁଲଙ୍କୁ ହାପ ସର୍ଟ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ ।

 

Leave A Reply

Your email address will not be published.