Latest Odisha News

BREAKING NEWS

‘ବକ୍ସର’ ଅବସ୍ ପରେ ଭାଇରାଲ୍‌ ହେଉଛି ରାହୁଲ ଗାନ୍ଧୀଙ୍କ ପୁସ୍‌ ଅପ୍‌ ଲୁକ୍‌

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ‘ବକ୍ସର’ ଅବସ୍ ଇଣ୍ଟରନେଟ୍‌ରେ ରେକର୍ଡ ଭାଙ୍ଗିବା ପରେ ତାମିଲନାଡୁରୁ ରାହୁଲ ଗାନ୍ଧୀଙ୍କ ଆଉ ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ରାହୁଲ ଗାନ୍ଧୀ ଜଣେ ସ୍କୁଲ୍ ଛାତ୍ରୀଙ୍କ ସହ ପୁସ୍-ଅପ୍ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ରାହୁଲ ଗାନ୍ଧୀ ତାମିଲନାଡୁର ମୁଲାଗୁମୁଦୁବନ୍ ସ୍ଥିତ ସେଣ୍ଟ ଜୋସେଫ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଙ୍କ ସହ ପୁସ୍ ଅପ୍ ଏବଂ ‘ଆଇକିଡୋ’ କରୁଥିବା ନଜର ଆସିଛନ୍ତି।

ସ୍କୁଲ ଛାତ୍ରୀ ଜଣଙ୍କ ରାହୁଲଙ୍କୁ ୧୫ ଥର ପୁସ୍‌ ଅପ୍‌ ଚାଲେଞ୍ଜ ଦେବା ପରେ ଏ ନେଇ  ରାହୁଲ ହସି ହସି କହିଲେ  ତୁମେ ମୋତେ ଲଜ୍ଜିତ କରୁଛ। ଏହାପରେ ରାହୁଲ ଗାନ୍ଧୀ ଛାତ୍ରୀଙ୍କ କଥାରେ ରାଜି ହୋଇଥିଲେ ଏବଂ ଏକ ମିନିଟରୁ କମ୍ ସମୟ ମଧ୍ୟରେ ୧୫ ଥର ପୁସ୍-ଅପ୍ ମଧ୍ୟ କରି ଦେଖାଇଥିଲେ।

ଏହାପୂର୍ବରୁ ଫେବୃଆରୀ ୨୪ ରେ ରାହୁଲ ଗାନ୍ଧୀଙ୍କ ‘ବକ୍ସର’ ଅବସ୍‌ର ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା।

Comments are closed.