ଭୁବନେଶ୍ୱର: ଓଡ଼ିଶାକୁ ‘ପାକିସ୍ତାନ’ ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା ପରେ ସେ ନିଜ ଟ୍ବିଟକୁ ନେଇ ସଫେଇ ଦେଇଛନ୍ତି।
ଏନେଇ ସେ ଏକ ଟ୍ବିଟ କରିଛନ୍ତି।
ବିଜେଡିର ମିଥ୍ୟା ପ୍ରଚାର ଉପରେ ଶ୍ରୀଯୁକ୍ତ @PandaJay କଣ କହିଛନ୍ତି ଦେଖନ୍ତୁ 👇
ସେ ସ୍ପଷ୍ଟ କରିଛନ୍ତି ଯେ ସେ ଓଡ଼ିଶା ପାକିସ୍ତାନ ଭଳି ବିଲକୁଲ କହିନାହାନ୍ତି, ବରଂ ଓଡ଼ିଶା ଓ ମହାରାଷ୍ଟ୍ର ପୋଲିସ ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି ଏବଂ ବିଜେଡି ଏହାର ଅର୍ଥକୁ ବିକୃତ କରିବାକୁ ଚେଷ୍ଟା କରୁଛି#Odisha pic.twitter.com/6hQ0tFtMhJ
— Baijayant Panda Odia (@Panda_Odia) October 18, 2020
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଥିଲେ ବିଜେପି ନେତା ବୈଜୟନ୍ତ ପଣ୍ଡା । ଏପରିକି ପାକିସ୍ତାନ ଭଳି ଏହି ଦୁଇ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଠାଇ ନିଆଯାଉଛି ଏବଂ ଆଇନ ବ୍ୟବସ୍ଥାକୁ ପାଳନ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ।
ଅଧିକ ପଢନ୍ତୁ- ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ବିଜେଡିର କାଉଣ୍ଟର
ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍ ପରେ ୟୁଜର୍ସ ମାନେ ତାଙ୍କୁ ସମାଲୋଚନା କରିବା ସହ ବିଜେଡି ନେତା ମଧ୍ୟ ତାଙ୍କୁ କାଉଣ୍ଟର କରିଥିଲେ ।
ଅଧିକ ପଢନ୍ତୁ- ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି
Comments are closed.