Latest Odisha News

BREAKING NEWS

ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଡ଼ିଶାକୁ ‘ପାକିସ୍ତାନ’ ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ଜୟ ପଣ୍ଡାଙ୍କୁ ଓଡ଼ିଶାର ‘କୃତଘ୍ନ କୁପୁତ୍ର’ ସମ୍ବୋଧନ କରି ଅନୁଭବ ଟ୍ୱିଟ କରିଛନ୍ତି, ଏଭଳି ଜଣେ କୃତଘ୍ନ ବ୍ୟକ୍ତିଙ୍କୁ ସମର୍ଥନ କରୁଥିବା ମୁଣ୍ଡବିକା ଲୋକଙ୍କୁ ଲାଜ ଲାଗିବା କଥା, ଯିଏ ନିଜ ଜନ୍ମଭୂମିକୁ ଆଜି ଅପମାନିତ କରିଛନ୍ତି ଏବଂ ଧୋକା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଆମ ଜନ୍ମମାଟି ଓଡିଶା ଯଦି ପାକିସ୍ତାନ ହୋଇଥାନ୍ତା ତେବେ ଏଭଳି କୁପୁତ୍ର ଆଜି ନର୍କରେ ପଡି ରହିଥାନ୍ତେ ।

ଓଡ଼ିଶାରେ ମିଡ଼ିଆର ବାକ ସ୍ୱାଧୀନତା ନଥିବା ଦର୍ଶାଇ ଏଠାରେ ପାକିସ୍ତାନସମ ଶାସନ ଚାଲୁଥିବା ବିଜେପି ଜାତୀୟ ଉପାଧ୍ୟକ୍ଷ ଟ୍ୱିଟ କରି କହିଥିଲେ ।
click here

 

Leave A Reply

Your email address will not be published.