Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଅର୍ଜୁନ ରାମପାଲଙ୍କ ଶାଳକ

ମୁମ୍ବାଇ: ଏନସିବି ରବିବାର ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଶାଳକ ଅଗିସିଲୋଅଶ ଡେମେଟ୍ରିଏଡେଶଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି କିଛି ଦିନ ନିରବ ରହିବା ପରେ ଏବେ ପୁଣି ଥରେ ସକ୍ରିୟ ହୋଇଛି । ଅକ୍ଟୋବର ୨୦ ତାରିଖ ପର‌୍ୟ୍ୟନ୍ତ  ଡେମେଟ୍ରିଏଡେଶଙ୍କୁ ନିଜ ହେପାଜତକୁ ଏନସିବି ନେଇଛି ।  ଅଗିସିଲୋଅଶ ଅନେକ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କରେ ଥିଲେ ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ଗିରଫ ହୋଇଥିବା ପେଡଲରଙ୍କ ସହ ରାମପାଲଙ୍କ ଶଳାଙ୍କ ଲିଙ୍କ୍ ଥିବା ଏନସିବି ଜାଣିବାକୁ ପାଇଛି । ଅର୍ଜୁନଙ୍କ ସ୍ତ୍ରୀ ଗବରିଏଲା ଦକ୍ଷିଣ ଆଫ୍ରିକାର ମୂଳ ବାସିନ୍ଦା । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ ଆସିବା ପରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାର ତଦନ୍ତ କରୁଛି । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶ୍ରଦ୍ଧା କାପୁର, ରକୁଲ ପ୍ରୀତ ସିଂ ଏବଂ ସାରା ଅଲ୍ଲୀ ଖାନ୍ ଆଦି ଜେରାର ସମ୍ମୁଖୀନ ହୋଇଛନ୍ତି ।

Leave A Reply

Your email address will not be published.