ବ୍ରହ୍ମପୁର: ବ୍ରହ୍ମପୁର ସହରର ଅନେକ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଛି। ଏହାକୁ ନେଇ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିବା ପରେ ରାସ୍ତା କାମ ଆରମ୍ଭ ହୋଇଛି। ପୂର୍ତ ବିଭାଗ ତରଫରୁ ସହରର ଦୁଇଟି ପ୍ରମୁଖ ରାସ୍ତାର ମରାମତି ମଙ୍ଗଳବାର ରାତି ଠାରୁ ଆରମ୍ଭ ହୋଇଛି। ସେହି ରାସ୍ତାଗୁଡ଼ିକ ହେଲା ବିଜିପୁର ଛକ ଠାରୁ ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ବିଜିପୁର ଛକ ନିକଟସ୍ଥ ସନ୍ତୋଷୀ ମାଁ ମନ୍ଦିର ଠାରୁ ଉତ୍ତରେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତା। ଯଥା ଶୀଘ୍ର ଉଭୟ ରାସ୍ତାର ନିର୍ମାଣ ଶେଷ ହୋଇଯିବ ବୋଲି ପୂର୍ତ ବିଭାଗ ତରଫରୁ କୁହାଯାଇଛି।
ସୂଚନା ଯୋଗ୍ୟ ଯେ, ସହରରେ ଥିବା ପୂର୍ତ ବିଭାଗର ରାସ୍ତାଗୁଡ଼ିକର କଦର୍ଯ୍ୟ ଅବସ୍ଥାକୁ ନେଇ କେତେକ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ୧୭ ତାରିଖରେ ଏନେଇ ୨୬ ନମ୍ବର ୱାର୍ଡ କର୍ପୋରେଟର ଧିରେଶ ସାବତ, ୨୭ ନମ୍ବର ନିଳକଣ୍ଠ ସାହୁଙ୍କ ସମେତ ଅନ୍ୟ କର୍ପୋରେଟର, ଆଇନ୍ଜୀବୀ ଏବଂ ବୁଦ୍ଧିଜୀବୀମାନେ ଏନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି.ଆଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଗ୍ରହଣ କରିବା ପରେ ରାସ୍ତା ମରାମତି ପାଇଁ ବିଭାଗକୁ ନିର୍ଦେଶ ଦିଆଯିବ ବୋଲି ଆର୍ଡିସି ଆଓ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ରାସ୍ତା କାମ ଆରମ୍ଭ ହୋଇଥିବା ଯୋଗୁ ଆର୍ଡିସି ଏବଂ ପୂର୍ତ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି କର୍ପୋରେଟର ଧିରେଶ ସାବତ। ଖୁବ୍ ଶୀଘ୍ର ସହରର ଅନ୍ୟାନ୍ୟ ରାସ୍ତାଗୁଡ଼ିକର କାମ ତୁରନ୍ତ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ ଅଧିନରେ ଥିବା ରାସ୍ତାଗୁଡ଼ିକର ମଧ୍ୟ ମରାମତି କରିବାକୁ ସେ ଦାବି ରଖିଛନ୍ତି।
BREAKING NEWS
- Paradip Port gets ‘Mega Port’ status:ପାରାଦୀପ ବନ୍ଦରକୁ ମେଗା ପୋର୍ଟ ମାନ୍ୟତା;ପୂର୍ବ ଭାରତର ଏକମାତ୍ର ପୋର୍ଟ…
- ବର୍ଷାରେ ଘର ଭାଙ୍ଗିଛି…ତୁରନ୍ତ ନୂଆ ଘର ମିଳିବ
- ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି
- ଗିଲଙ୍କ କହୁଣୀରେ ବାଜିଲା ସିରାଜଙ୍କ ବଲ
- Shree Jagannath Temple Land Settlement:ଶ୍ରୀ ଜଗନ୍ନାଥ ମନ୍ଦିର ଜମି ବନ୍ଦୋବସ୍ତ ପାଇଁ ଇ-ପୋର୍ଟାଲର ହେବ ବିକାଶ; ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ
- Manipur’s ‘disturbed area’ status: ମଣିପୁରକୁ ଛଅ ମାସ ପାଇଁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା;ହିଂସାକାଣ୍ଡର ନୂତନ ଉତ୍ତେଜନା ମଧ୍ୟରେ ନିଷ୍ପତ୍ତି
- ଅଗରକରଙ୍କୁ ନେଇ ବଡ ଖୁଲାସା କଲେ ଏହି କ୍ରିକେଟର
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ

Comments are closed.