Latest Odisha News

BREAKING NEWS

ଆମେରିକାରେ ଟ୍ରମ୍ପଙ୍କ ବିଜୟ ପରେ କମୁଛି ସୁନା ଦର!

ନୂଆଦିଲ୍ଲୀ: କୁହାଯାଏ ଯେ ସମଗ୍ର ବିଶ୍ୱର ଅର୍ଥନୀତିର ଗତିପଥ ଆମେରିକା ସ୍ଥିର କରେ । ସେଠାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଏବେ ଏହା ପ୍ରମାଣିତ ହୋଇଥିବା ଜଣାପଡିଛି । ଆମେରିକାରେ ରାଷ୍ଟ୍ରପତିଙ୍କ ଦାୟିତ୍ବ କିଏ ଗ୍ରହଣ କରିବ ତାହା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ସୁନା ମୂଲ୍ୟ କ୍ରମାଗତ ଭାବେ ବଢୁଥିଲା ଏବଂ ୧୦ ଗ୍ରାମ ପିଛା ୮୦ ହଜାରରୁ ଅଧିକ ରହିଥିଲା । ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ସେଠାରେ ଏକ ଐତିହାସିକ ବିଜୟ ହାସଲ କରିବା ପରେ ସୁନା ମୂଲ୍ୟ ହ୍ରାସ ପାଇଥିବା ଜଣାପଡିଛି ।

ଗୁରୁବାର ଦିନ ଦିଲ୍ଲୀର ସରଫା ବଜାରରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ଅଖିଳ ଭାରତୀୟ ସରଫା ସଙ୍ଘ ସୂଚନା ଦେଇଛି ଯେ ସୁନା ମୂଲ୍ୟ ୧,୬୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୮୦ ହଜାର ଟଙ୍କା ସ୍ତରରୁ ଖସି ଆସିଛି । ରୂପା ମୂଲ୍ୟ ମଧ୍ୟ କେଜି ପିଛା ୨,୯୦୦ ଟଙ୍କାକୁ ଖସି ଆସିଛି ।

ଗୁରୁବାର ଦିନ ସୁନାର ମୂଲ୍ୟ ୧,୬୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୯,୫୦୦ ଟଙ୍କା ଥିବାବେଳେ ଗୋଟିଏ ଦିନ ପୂର୍ବରୁ ଏହା ୧୦ ଗ୍ରାମ ପ୍ରତି ୮୧,୧୫୦ ଟଙ୍କାରେ ରହିଥିଲା । ସେହିଭଳି ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି ରୂପା ମୂଲ୍ୟ ୨,୯୦୦ ଟଙ୍କା ହ୍ରାସ ପାଇ ୯୩,୮୦୦ ଟଙ୍କା ରହିଛି । ହେଲେ ବୁଧବାର ଏହାର ମୂଲ୍ୟ କିଲୋଗ୍ରାମ ପିଛା ୯୬,୭୦୦ ଟଙ୍କା ସ୍ଥିର ରହିଥିଲା ।

Comments are closed.