Latest Odisha News

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୬ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

୫୭ ସୁନ୍ଦରଗଡ଼ରୁ, ୫୩ ଖୋର୍ଦ୍ଧାରୁ,୨୭ ଅନୁଗୁଳରୁ , ୨୩ ବଲାଙ୍ଗିରରୁ , ୨୩ ମୟୂରଭଞ୍ଜରୁ , ୧୮ କଟକରୁ ,୧୮ ନୂଆପଡ଼ାରୁ ,୧୬ ବାଲେଶ୍ୱରରୁ ,୧୫ ଜଗତସିଂହପୁରରୁ ,୧୫ କେନ୍ଦୁଝରରୁ , ୧୩ ପୁରୀରୁ ଓ ୧୨ ଯାଜପୁରରୁ ସୁସ୍ଥ ହୋଇଛନ୍ତି।

ସେହିପରି ୧୧ ବରଗଡ଼ରୁ , ୧୦ କୋରାପୁଟରୁ , ୯ ଭଦ୍ରକରୁ, ୯ ଗଞ୍ଜାମରୁ , ୮ ସମ୍ବଲପୁରରୁ, ୭ କଳାହାଣ୍ଡିରୁ , ୭ କେନ୍ଦ୍ରାପଡ଼ାରୁ,୬ ଢେଙ୍କାନାଳରୁ , ୪ ଝାରସୁଗୁଡ଼ାରୁ ,୪ ନୟାଗଡ଼ରୁ , ୩ ବୌଦ୍ଧରୁ, ଦେବଗଡ଼, ଗଜପତି, ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲ୍‌ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।

ତେବେ ୩୮୬ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୧୯,୦୬୯ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.