Latest Odisha News

BREAKING NEWS

କ୍ରୁନାଲ୍ ପାଣ୍ୟାଙ୍କ ପରେ ଚହଲ ଓ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କ୍ରୁନାଲ୍ ପାଣ୍ୟାଙ୍କ ପରେ ଆଉ ଦୁଇ ଜଣ କ୍ରିକେଟରଙ୍କୁ କରୋନା । ସ୍ପିନର ଯୁଜବେନ୍ଦର ଚହଲ ଓ ଅଲରାଉଣ୍ଡର କୃଷ୍ଣପ୍ପା ଗୋତମ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କର ରିପୋର୍ଟ ଆସିଛି ପଜିଟିଭି । ଏମାନେ କ୍ରୁନାଲ୍ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ ।

ଚହଲ ଓ କୃଷ୍ଣପା ଗୋତମଙ୍କ ସମେତ ୮ ଜଣ ଖେଳାଳି କ୍ରୁନାଲ ପାଣ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ସମସ୍ତଙ୍କର କୋଭିଡ୍ RT-PCR ଟେଷ୍ଟ କରାଯାଇଥିଲା । ଅନ୍ୟମାନଙ୍କ ଭିତରେ ଅଛନ୍ତି ପୃଥ୍ୱୀ ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ ଓ ଇଶାନ କିଷାନ ।

ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବା ପୂର୍ବରୁ କ୍ରୁନାଲ୍ ପାଣ୍ଡ୍ୟା କୋଭିଡ୍ ସଂକ୍ରମିତ ହୋଇଥିଲା । ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୮ ଖେଳାଳିଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚରୁ ବାଦ ଦିଆଯାଇଥିଲା ।

୮ ଜଣଙ୍କୁ ଛାଡି ବର୍ତ୍ତମାନ ଅନ୍ୟ ଖେଳାଳି ସ୍ୱଦେଶ ଫେରିବେ । କ୍ରୁନାଲ୍ ପାଣ୍ଡ୍ୟା, ଚହଲ ଓ କୃଷ୍ଣପ୍ପା ଗୌତମ କଲମ୍ବୋରେ ଆଇସୋଲେସନରେ ରହିବେ । ସେମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ଫେରିବେ ଭାରତ ।

Leave A Reply

Your email address will not be published.