Latest Odisha News

BREAKING NEWS

ଟିସୁ କଲ୍‌‌ଚର କଦଳୀ ଚାଷ-୨

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’

ସାଧାରଣତଃ ଗ୍ରାମାଂଚଳ ମାନଙ୍କରେ କଦଳୀ ଚାଷକୁ ଚାଷୀ ମାନେ ବେଶୀ ପ୍ରାଥମିକତା ଦେଇଥାନ୍ତି । କାରଣ କଦଳୀ ଚାଷ ଏକ ଲାଭଜନକ ଫସଲ । ତେଣୁ ଚାଷୀମାନେ ସେମାନଙ୍କ ପୁରୁଣା ପଦ୍ଧତିକୁ ଆପଣେଇ ଚାଷ କରନ୍ତି । କିନ୍ତୁ ଏବର ସମୟ ଆସିଛି ସେସବୁକୁ ବାଦ ଦେଇ ବୈଜ୍ଞାନିକ ଉପାୟରେ କଦଳୀ ଚାଷ କରିବା । ଟିସୁ କଲଚର ପଦ୍ଧତିରେ କଦଳୀ ଚାଷ କରିବା । ତେବେଏହି ଟିସୁ କଲଚର କଦଳୀ ଚାଷ ଏବେ ସାରା ଓଡ଼ିଶାରେ ବେଶ ଲୋକପ୍ର୍ରିୟ ହୋଇଥିବା ବେଳେ ଆଜିବି ଅନେକ ଚାଷୀଏ ବିଷୟରେ ଜାଣି ବି ନାହାନ୍ତି । କେବଳ କଦଳୀ ପୁଆଟିଏ ମିଳିଗଲେ ଚାଷୀଟିଏ ଖୁସି ହୋଇଯାଏ କିନ୍ତୁ ଟିସୁ କଲଚର କଦଳୀ ଚାଷ ପାଇଁ ସମୟ କମ ଖର୍ଚ୍ଚ ହେଉଥିବା ବେଳେ ଏଥିପାଇଁ କୌଣସି ବିଶେଷ କଷ୍ଟ କରିବାକୁ ପଡ଼େ ନାହିଁ । ଆସନ୍ତୁ ନଜର ପକେଇବା ଏହାର ପ୍ରଣାଳୀ ଉପରେ ।

କିସମ- ଟିସୁ କଲଚର ପଦ୍ଧତିରେ କରାଯାଉଥିବା ଏହି କଦଳୀ ଚାଷ ପାଇଁ ସର୍ବୋକୃଷ୍ଟ କିସମ ହେଉଛି ଜି-୯ । ତେବେ ଏହା ସଅଳ କିସମ ହୋଇଥିବା ବେଳେ ବର୍ଷଯାକ ଚାଷୀ ନିଜ ଜମିରେ ଏହାକୁ ଚାଷ କରିପାରେ । ଏତଦ୍ଭିନ୍ନ ଏହା ଅଧିକ ଅମଳକ୍ଷମ ହୋଇଥିବାରୁ ଚାଷୀ ମାନଙ୍କ ପାଖେ ଆଦୃତ ହୋଇପାରିଛି ।

ମୃତ୍ତିକା ଓ ଜଳବାୟୁ – ମାଟି ସବୁବେଳେ ଗଛ ବଢ଼ିବା ପାଇଁ ମୁଖ୍ୟ ଉପାଦାନ ଅଟେ । ତେବେ ଏହି ଜି-୯ କିସମ ବଢ଼ିବା ପାଇଁ ବାଲିଆ ଓ ଦୋରସା ମାଟି ଆବଶ୍ୟକ । ଏହା ବ୍ୟତୀତ ମୃତ୍ତିକାର ପି.ଏଚ- ୬ରୁ୭ ଭିତରେ ରହିଲେ ଭଲ । ଯେଉଁ ମାଟିର ଜଳଧାରଣ କ୍ଷମତା ଭଲ ଥିବ ଏବଂ ଜଳ ନିଷ୍କାସନ ଠିକ ଭାବେ ହୋଇପାରୁଥିବ, ସେହି ମୃତ୍ତିକାରେ ଏହା ଭଲ ଭାବେ ଚାଷ କରାଯାଇପାରେ ।

ବ୍ୟବଧାନ- ସଅଳ କିସମ ଜି-୯ କୁ ଚାଷ କରିବା ସମୟରେ ଏହାର ବ୍ୟବଧାନ ଉପରେ ଧ୍ୟାନ ଦେବା ଆବଶ୍ୟକ । କାରଣ ଚାଷୀମାନେ ଏହି ବ୍ୟବଧାନକୁ ସଠିକ ଭାବେ ଦୃଷ୍ଟି ଦେଉ ନଥିବା ଯୋଗୁଁ କେତେକ ସମୟରେ ବିଭିନ୍ନ ଅସୁବିଧା ଉପୁଜେ । ତେବେ ଏହି ଚାଷ ପାଇଁ ଗଛକୁ ଗଛ ବ୍ୟବଧାନ – ୨ମିଟର ଓ ଧାଡ଼ିକୁ ଧାଡ଼ି ବ୍ୟବଧାନ – ୩ମିଟର ରହିବା ଆବଶ୍ୟକ ।

ଜଳସେଚନ ପ୍ରଣାଳୀ – ଜଳସେଚନକୁ ଠିକ ଭାବେ ଦୃଷ୍ଟି ଦିଆ ନଗଲେ ଅମଳ ପରିମାଣ ହ୍ରାସ ପାଇଥାଏ । ତେବେ ଖରାଦିନିଆ ଚାଷ କରାଗଲେ ୩ ରୁ ୫ ଦିନ ବ୍ୟବଧାନରେ ପାଣି ଦେବା ଆବଶ୍ୟକ । ଠିକ ସେହିପରି ଶୀତ ଦିନମାନଙ୍କରେ ଚାଷ କରାଗଲେ ୫ ରୁ ୬ ଦିନ ବ୍ୟବଧାନରେ ପାଣି ଦିଆଯିବା ଆବଶ୍ୟକ । ବୁନ୍ଦା ଜଳସେଚନ ଏହା ପାଇଁ ଏକ ଶ୍ରେଷ୍ଠ ଜଳସେଚନପଦ୍ଧତି । ତେବେ ଏହା ଦ୍ୱାରା ମରୁଡ଼ିର ଅସୁୁବିଧାକୁ ଦୂରୀଭୂତ କରାଯାଇପାରିବ ।

ଖତସାର ପ୍ରୟୋଗ- ଖତସାରର ଉପଯୁକ୍ତ ପ୍ରୟୋଗ ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ । ତେବେ ଗଛ ପିଛିା ୧୦ -୧୫କେଜି ଖତ ଦିଆଯାଏ । ଯବକ୍ଷାରଜାନକୁ ତିନି ଥର ପ୍ରୟୋଗ କରାଯାଏ(ରୋପଣ , ତୃତୀୟ ଓ ଷଷ୍ଠ ମାସ) ୨୦୦ଗ୍ରାମ ଗଛ ପିଛା , ଫସଫରସ – ୬୦ ରୁ ୭୦ ଗ୍ରାମ ଗଛ ପିଛା , ପଟାସ – ୩୦୦ଗ୍ରାମ ଗଛ ପିଛା ଦିଆଯିବା ଦରକାର । ଚାରା ରୋପଣ ପୂର୍ବରୁ ଖୋଳାଯାଇଥିବା ପିଟରେ ନିମ କେକ୍‌‌ କୁ ମିଶାଇ ଚାରା ଲଗାଇଲେ ଏହା ଲାଗଦାୟକ ହୋଇଥାଏ । ପ୍ରମୁଖ ଭାବରେ ମୁଖ୍ୟ ଗଛ ତଳେ ବଢ଼ୁଥିବା ପୁଆ ବା ସକର୍‌‌ କୁ ନିୟମିତ ଭାବେ ସବୁ ସମୟରେ ବାହାର କରିବା ଆବଶ୍ୟକ ।

ଅମଳ – ଏହି ପ୍ରକ୍ରିୟାରେ ଚାଷ କଲେ ଗୋଟିଏ ଗଛରୁ ୨୦୦କଦଳୀ(୧୬-୧୭ ଡ଼ର୍ଜନ) ମିଳିଥାଏ । ଏକ ଏକର ଗଛରୁ ୧,୩୦,୦୦୦ କଦଳୀ (୧୦,୮୩୦ ଡ଼ର୍ଜନ ମିିଳିଥାଏ) ।

ଟିସୁ କଲ୍‌‌ଚର ପଦ୍ଧତି:

ମାଆ ଗଛ ଚୟନ – ପ୍ରଥମେ ଗଛର କାଣ୍ଡ , ପତ୍ର , କଟାଯାଏ କଲଚର ମିଡ଼ିୟମ ବା ଏମଏସ ମିଡ଼ିଆରେ ଇନୋକୁଲେସନ କରାଯାଏ । କୃତ୍ରିମ ପରିବେଶରେ ଗଛକୁ ଇନକ୍ୟୁବେଟ କରାଯାଏ (୨-୩ ମାସ ଯାଏଁ) – ତା ପରେ ଏହାକୁ ନିୟନ୍ତ୍ରିତ ଜଳବାୟୁରେସବୁଜ ଗୃହରେ ୪୦-୪୫ ଦିନ ଯାଏଁ ରଖାଯାଏ – ଏହା ପରେ ଜମିକୁ ନିଆଯାଏ ।

ଇନୋକୁଲେସନ – କଲଚର ମିଡ଼ିଆରେ ଏହାକୁ ଉପଯୋଗ କରାଯାଏ , ଇନକୁବେସନ -ନିୟନ୍ତ୍ରିତ ପରିବେଶରେ ଗଛର ବୃଦ୍ଧିକୁ ଲକ୍ଷ୍ୟ କରାଯାଏ ।

ତେବେ ଟିସୁ କଲ୍‌‌ଚର ଏକ ବୌଜ୍ଞାନିକ ପଦ୍ଧତି ହୋଇଥିବାରୁ ଏହାକୁ ସହଜରେ ଚାଷୀ ମାନେ ଆପଣେଇବା ଏକ କଷ୍ଟକର ବ୍ୟାପାର । ପରନ୍ତ ଭାରତରେ ଏବେ ଅନେକ ଟିସୁ କଲଚର ୟୁନିଟ ଖୋଲାଗଲାଣି । ସରକାର ଏବେ ଏହାକୁ ପ୍ରାଥମିକତା ଦେଉଛନ୍ତି । ସରକାରଙ୍କ ତରଫରୁ ଟିସୁ କଲଚର ୟୁନିଟ ସ୍ଥାପନ କରିବାରେ ସମୁଦାୟ ଖର୍ଚ୍ଚର ୨୦ ଶତକଡ଼ା ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯାଉଛି ଏବଂ କ୍ଷୁଦ୍ରଚାଷୀ କୃଷି ବ୍ୟବସାୟିକ ସଂଘ ତରଫରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ସହାୟତା ଦିଆଯାଉଛି । ତେବେ ଯଦି ଏହି ୟୁନିଟ୍‌‌ ଗୁଡ଼ିକରେ ଟିସୁ କଲଚର ପ୍ରକ୍ରିୟାରେ ଏହା କରାଯାଇ ଚାଷୀ ମାନଙ୍କୁ ଦିଆଯାଇପାରନ୍ତା , ତାହେଲେ ଅନେକ ସୁଫଳ ମିଳିପାରନ୍ତା ।

Leave A Reply

Your email address will not be published.