Latest Odisha News

BREAKING NEWS

କବିତା : ପରିଚୟ

ରଞ୍ଜିତ କୁମାର ସାହୁ 

ନୀରବତା ଜୀବନରେ
ମୋର ପରିଚୟ
ଏକ ଅଲେଖା ପ୍ରଶ୍ନର
ଯେଉଁଠି ଉତ୍ତର ମିଳେନା !

ଶାନ୍ତ ସ୍ନିଗ୍ଧ ଝରଣାର ଧାର
ଚାହିଁଲେ ମଧ୍ୟ ସାଗରରେ
କେବେହେଲେ ମିଶିପାରେନା
ଜୀବନର ସମଷ୍ଟିରେ
ଭୁଲ୍ ସୁତ୍ରର ଅଙ୍କଟିଏ
କଷିଲେ କେବେ କଷି ହୁଏନା
ବର୍ଷା ଧାରାର ଏକ ଜଳବିନ୍ଦୁ
ଯେତେ ଝରିଲେ ମଧ୍ୟ
ମାଟି ଜମା ଭେଦି ପାରେନା ।

ମୋର ପରିଚୟ ଏମିତି
ଯାହାର ନାହିଁ ଅତୀତ, ବର୍ତ୍ତମାନ
ଆଉ ଭବିଷ୍ୟତ
ଯାହା ପାଇଁ ଖାଲି ଅଛି
ବିସ୍ତୀର୍ଣ୍ଣ ପ୍ରାନ୍ତରେ
ମୃଗତୃଷ୍ଣାର ପରଶ ।

Leave A Reply

Your email address will not be published.