ଭୁବନେଶ୍ୱର : ବିଭିନ୍ନ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ଆସୋସିଏସନ୍ ସହ ସରକାର ଆଲୋଚନା କରିଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛି ସଂଘ । ଏହି ଆଲୋଚନା ସଫଳ ହୋଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭର ମାନଙ୍କ ଦାବି ଓ ସମସ୍ୟାର ସମାଧାନ ପାଇଁ ପରିବହନ ଓ ଶ୍ରମ ବିଭାଗ ଅଧିନରେ କମିଟି ଗଠନ କରାଯିବ ।
ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ । ଆଗାମୀ ୩ ମାସ ଭିତରେ ଦାବି ପୁରଣ ପାଇଁ ଉଦ୍ୟମ ହେବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏନେଇ ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ କୁହାଯାଇଛିା
୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ଡ୍ରାଇଭର ଆସୋସିଏସନ । ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇ ଲୋକସଭା ଅଭିମୁଖେ ବାହାରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ମାନେ ଆସି ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏନେଇ ଆଜି ଭୁବନେଶ୍ୱର ବିଭିନ୍ନ ରାସ୍ତା ଘାଟ ଜାମ ରହିଥିଲା । ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।ଲୋକମାନେ ନାହିଁନଥିବା ହଇରାଣର ଶିକାର ହୋଇଥିଲେ ।
Comments are closed.