Latest Odisha News

BREAKING NEWS

ତାମିଲ ଟିଟି ଖେଳାଳି ବିଶ୍ୱ ଦୀନଦୟାଲଙ୍କ ଦୁର୍ଘଟଣାରେ ମୃତ୍ୟୁ; ୨୭ରେ ଯାଇଥାନ୍ତେ ଅଷ୍ଟ୍ରିଆ

ଶିଲଂ: ତାମିଲନାଡୁ ଟେବୁଲ ଟେନିସ ଖେଳାଳି ବିଶ୍ୱ ଦୀନଦୟାଲନଙ୍କ(୧୮) ରବିବାର ଗୁଆହାଟ୍ଟିରୁ ଶିଲଂ ଯିବା ରାସ୍ତାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ୮୩ତମ ଜାତୀୟ ସିନିଅର ଓ ଅନ୍ତଃ ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ଖେଳିବାକୁ ଅନ୍ୟ ତିନି ଜଣ ଖେଳ ସାଙ୍ଗଙ୍କ ସହ ଟାକ୍ସିରେ ଯାଉଥିଲେ । ରମେଶ ସନ୍ତୋଷ କୁମାର, ଅବିନାଶ ପ୍ରସନ୍ନାଜୀ ଶ୍ରୀନିବାସନ ଏବଂ କିଶୋର କୁମାର ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଛି ।

ଶଂବାଙ୍ଗଲା ନିକଟରେ ଏକ ୧୨ ଚକିଆ ଟ୍ରେଲର ଅପର ପାଶ୍ୱର୍ରୁ ଆସି ଟାକ୍ସିକୁ ଧକ୍କା ଦେଇଥିଲା ବୋଲି ଦେଖଣାହାରୀ କହିଛନ୍ତି । ଏବଂ ଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିଆ ସୂଚନା ଦେଇଛନ୍ତି । ମେଘାଳୟ ସରକାର ଏବଂ ଟିଟିଏଫଆଇ ସହାୟତାରେ ଚାରି ଖେଳାଳି ଓ ଚାଳକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମା, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିଶ୍ୱଙ୍କ ମୃ୍ତ୍ୟୁରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ହରୟାଣା ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଶୋକ ପ୍ରକାଶ କରିବା ସହ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

 

ବିଶ୍ୱ ଏକାଧିକ ଜାତୀୟ, ଅର୍ନ୍ତଜାତୀୟ ଟାଇଟଲ ଜିତିବା ସହ ରାଜ୍ୟକୁ ଗର୍ବର ସୁଅ ଛୁଟାଇଛନ୍ତି । ଏଥି ସହିତ ଏପ୍ରିଲ ୨୭ରେ ୱାର୍ଲଡ ଟେବୁଲ ଟେନିସ ୟୁଥ୍ କଣ୍ଟେଣ୍ଡରରେ ଭାରତକୁ ପ୍ରତିନିଧିତ୍ୱ କରିବାର ଥିଲା ।

Leave A Reply

Your email address will not be published.