Latest Odisha News

BREAKING NEWS

ଦୀର୍ଘ ଏକ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ ।

ଖବର ମୁତାବକ, ୫ ଦଫା ଦାବି ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରି ଅଭୟାରଣ୍ୟକୁ ବନ୍ଦ କରି ରଖିଥିଲେ । ଏଥିରେ ଶିମିଳିପାଳ ଆଭ୍ୟନ୍ତରୀଣ ୩ ଗୋଟି ଗ୍ରାମ ପଞ୍ଚାୟତର ଗ୍ରାମବାସୀ ମାନେ ସାମିଲ ଥିଲେ । ସ୍ଥାନୀୟ ଲୋକଙ୍କ ସହିତ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଆଲୋଚା ସତ୍ବେ କୌଣସି ନିଃସ୍କର୍ଷ ବାହାରିପାରୁ ନଥିଲା ।

ଗତକାଲି ଅଭୟାରଣ୍ୟ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ବନବିଭାଗ ର ଆନ୍ଦୋଳନକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । ଏହାପରେ ୫ ଦଫା ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନ ଓ ବନବିଭାଗର ପ୍ରତିଶୃତି ପରେ ଏହି ରାସ୍ତାରୋକ ହଟିଥିଲା ।

Leave A Reply

Your email address will not be published.