Latest Odisha News

BREAKING NEWS

କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହେବା ମାତ୍ରେ କରୋନା ଯୁଦ୍ଧରେ ଭାରତକୁ ସଫଳତା ମିଳିବାରେ ଲାଗିଛି। ଶନିବାର ଦିନ ସବଜେକ୍ଟ ଏକ୍ସପ୍ରେସ କମିଟି (ଏସଇସି) ଭାରତ ବାୟୋଟେକ ଦ୍ୱାରା ନିର୍ମିତ ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିଛି।

BjdElectrycity

ଏହା ପୂର୍ବରୁ ଶୁକ୍ରବାର ଦିନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା କୋଭିଶିଲ୍ଡର ଜରୁରୀକାଳୀନ ବ୍ୟବହାରକୁ କମିଟି ଅନୁମତି ଦେଇଥିଲା।

ସୂଚନା ଅନୁଯାୟୀ, ଚୂଡାନ୍ତ ନିଷ୍ପତ୍ତି କେବଳ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ) ଗ୍ରହଣ କରିବ। ଡିସିଜିଆଇର ଅନୁମୋଦନ ପରେ ଆଗାମୀ ୬-୭ ଦିନ ମଧ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ।

ତେବେ ଅନ୍ୟ ଟିକା ତୁଳନାରେ ଏହା ସବୁଠାରୁ ଶସ୍ତା ହେବ ବୋଲି ଚର୍ଚ୍ଚା ହେଉଛି। ଏହି ଟିକାର ଏକ ଡୋଜର ମୂଲ୍ୟ ୧୦୦ ଟଙ୍କା ହେବ ବୋଲି ସୁତ୍ରରୁ ପ୍ରକାଶ।

ସେହିପରି ଯଦି ଏହି ଟିକା ଦେଶର ସମସ୍ତ ଲୋକଙ୍କୁ ପ୍ରଦାନ କରାଯାଏ, ତା’ହେଲେ ଏଥିପାଇଁ ସରକାରଙ୍କ ପ୍ରାୟ ୧୩ ହଜାର ୫୦୦ କୋଟି ଖର୍ଚ୍ଚ ହୋଇପାରେ।

Leave A Reply

Your email address will not be published.