ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବୀମୀଙ୍କୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଛି। ତେବେ ମୁମ୍ବାଇରେ ଅଶ୍ଳୀଳ ଭିଡିଓ ନିର୍ମାଣ ପାଇଁ ଆଜି ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ରିଆନ୍ ଜନ୍ ନାମକ ଜଣେ ବ୍ୟକ୍ତିଙ୍କୁ ନାଭି ମୁମ୍ବାଇର ନେରୁଲରୁ ଗିରଫ କରାଯାଇଛି।
ଉଲ୍ଲେଖ ଥାଉ କି, ସୋମବାର ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି।
ଫେବୃଆରୀ ୪, ୨୦୨୧ ରେ ମାଲୱାନି ପୋଲିସ ଷ୍ଟେସନରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ରାଜ। ମୁମ୍ବାଇ ପୋଲିସ କହିଛି, “ଏ ବାବଦରେ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ଏହାର ତଦନ୍ତ ଚାଲିଛି ବୋଲି କହିଛି ପୋଲିସ।”
Comments are closed.