କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ମୁଣ୍ଡ ଫାଟିଯିବାରୁ ଗୁରୁବାର କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ମୁଣ୍ଡରେ ତିନୋଟି ଷ୍ଟିଚ୍ ପଡିଛି । ହ୍ବିଲ୍ ଚେୟାରରେ ବସିଥିବା ନଜର ଆସିଛନ୍ତି ମମତା ।
ଡାକ୍ତରଖାନାର ନିର୍ଦ୍ଦେଶକ କହିଛନ୍ତି, ବାସଭବନରେ ପଡିଯିବା କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ପ୍ରଥମେ ତାଙ୍କୁ ଏଚଓଡି ନ୍ୟୁରୋ ସର୍ଜରୀ, ଏଚଓଡି ମେଡିସିନ୍ ଏବଂ ହୃଦ୍ରୋଗ ବିଶେଷଜ୍ଞଙ୍କ ଚିକିତ୍ସା କରିଥିଲେ । ତାଙ୍କ କପାଳରେ ତିନୋଟି ଷ୍ଟିଚ୍ ପଡିଛି । ଇସିଜି, ସିଟି ସ୍କାନ ମଧ୍ୟ କରାଯାଇଥିଲା ।
ତାଙ୍କୁ ଡାକ୍ତରଖାନାରେ ରଖିବାକୁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ମମତା ଘରକୁ ଯିବାକୁ କହିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ମନିଟରିଂ ଜାରି ରହିବ ଏବଂ ଚିକିତ୍ସା ଜାରି ରହିବ । ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ନିମନ୍ତେ ରହିଛନ୍ତି । ଆଜି ପୁଣି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ଏସଏସକେଏମ ହସ୍ପିଟାଲ ନିର୍ଦ୍ଦେଶକ ।
ସୂଚନାଯୋଗ୍ୟ, ଗତକାଲି ଘରେ ପଡ଼ିଯିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ କୋଲକାତାର ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆବଶ୍ୟକ ଚିକିତ୍ସା କରାଯିବା ପରେ ଓ ସମସ୍ତ ପ୍ରକାର ପରୀକ୍ଷା କରାଯିବା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି ।
Comments are closed.