Latest Odisha News

ରାଜଧାନୀ ରାସ୍ତାରେ ଚାଲିବ ମୋଦିଙ୍କ ପଟୁଆର, ୧୨ରେ ପୁଣି ରୋଡ଼ ଶୋ’

ଭୁବନେଶ୍ୱର : ପୁଣି ରାଜଧାନୀ ରାଜରାସ୍ତାରେ ନିଜର ପାୱାର ଶୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରରେ ରୋଡ଼ ଶୋ କରିବେ ମୋଦି | ୧୨ ତାରିଖ ସନ୍ଧ୍ୟାରେ ଜୟଦେବ ବିହାରରୁ ଜନତା ମୈଦାନ ଯାଏଁ ହେବ ରୋଡ଼ ଶୋ | ରୋଡ଼ ଶୋ ସାରି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସ୍ୱପଥ ସମାରୋହରେ ଯୋଗ ଦେବେ ମୋଦି |

ତେବେ ଆସନ୍ତା ୧୨ ତାରିଖରେ ଜନତା ମଇଦାନରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମ ରହିଛି | କିନ୍ତୁ ଏପର୍ଯ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଜାରି ରହିଛି ସସ୍‌ପେନ୍ସ । ଏହାକୁ ନେଇ କେନ୍ଦ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ପରେ ୧୦ ତାରିଖ ସକାଳେ ବିଧାୟକ ଦଳ ବୈଠକ ବସିବ। ସଂସଦୀୟ ବୋର୍ଡ ବୈଠକର ସୁପାରିଶ କ୍ରମେ ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର ହେବ । ଏହା ପରେ ୧୨ ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ |

ତେବେ ମୁଖ୍ୟମନ୍ତ୍ରୀଙ୍କ ରେସରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କସହ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର | ତେଣୁ ସେ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି |

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୭. ୩୦ ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି | ରାଷ୍ଟ୍ରପତି ଭବନରେ ପାଦ ଓ ଗୋପନୀୟତାର ଶପଥ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଏହାପରେ ଆରମ୍ଭ ହେବ ମୋଦି ୩.୦ |

Comments are closed.