Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିରରେ ସେବାୟତ ହାତାହାତି, ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ…

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପୁଣି ବନ୍ଦ ହେଲା ନୀତିକାନ୍ତି । ଆଜି ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ରୂପା ଘୋଡ଼ଣୀକୁ ନେଇ ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ପାଇଁ ମହାପ୍ରଭୁଙ୍କର ନୀତି ପୁଣି ବନ୍ଦ ହୋଇଥିବା ସୂଚନା ରହିଛି ।

ମିଳିଥିବା ଖବର ଅନୁସାରେ, ଆଜି ସକାଳ ସମୟରେ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ରୂପା ଘୋଡ଼ଣୀକୁ ନେଇ ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଉପୁଜିଥିଲା । ପ୍ରଥମେ କଥା କଟାକଟି ପରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥାଯାଇଥିଲା ।

ଗର୍ଭ ଗୃହ ବିବାଦକୁ ନେଇ ଉଭୟ ଗୋଷ୍ଠୀ ଲିଙ୍ଗରାଜ ପ୍ରଶାସନକୁ ଜଣାଇଛନ୍ତି । ଏହାସହିତ ଥାନାରେ ମୌଖିକ ଭାବେ ଅଭିଯୋଗ ମଧ୍ୟ କରାଯାଇଛି । ତେବେ ସକାଳ ୯ଟା ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ବନ୍ଦ ରହିଥିବା ସୂଚନା ରହିଛି ।

Leave A Reply

Your email address will not be published.