ଆଗ୍ରା: ପୁଣି ସ୍ତ୍ରୀଙ୍କ ଠାରୁ ଅତିଷ୍ଠ ହୋଇ ଆଉ ଜଣେ ଆଇଟି ଇଞ୍ଜିନିୟର ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ସମାନ ଢଙ୍ଗରେ ଏକ ଭିଡିଓ ଜାରି କରି ନିଜ ଜୀବନ ହାରିଲେ ଆଗ୍ରାର ଆଇଟି କମ୍ପାନୀ କର୍ମଚାରୀ ମାନବ ଶର୍ମା । ବେକରେ ଫାଶୀ ଲଗାଇ, ଭିଡିଓ କରି, ତାଙ୍କ ଜୀବନର ସବୁ ଦୁଃଖ ପ୍ରକାଶ କରି, ଜୀବନ ହାରିଛନ୍ତି ମାନବ ।
ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ଆଇଟି ଫାର୍ମ କର୍ମଚାରୀ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି । ତାଙ୍କ ପତ୍ନୀଙ୍କ ସହ ସମ୍ପର୍କ ଖରାପ ଥିବାରୁ ସେ ଆତ୍ମହତ୍ୟା କରୁଥିବା ଅଭିଯୋଗ କରିଛନ୍ତି । ଜୀବନ ଶେଷ କରିବା ପୂର୍ବରୁ, ମାନବ ଶର୍ମା ତାଙ୍କ ପତ୍ନୀଙ୍କ ଉପରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରି ଏକ ଭାବପ୍ରବଣ ଭିଡିଓ ରେକର୍ଡ କରିଛନ୍ତି ।
ଯେଉଁଥିରେ, ମାନବ ବେକରେ ଫାସୀ ଲଗାଇ, କାନ୍ଦୁଥିବା ଅବସ୍ଥାରେ ପୁରୁଷମାନଙ୍କ ବିଷୟରେ ଚିନ୍ତା କରିବା ପାଇଁ ନିବେଦନ କରୁଥିବାର ଦେଖାଯାଇଛି । ସେ ଏହା ମଧ୍ୟ ଚେତାବନୀ ଦେଇଥିଲେ ଯେ, ଯଦି ଆଇନ ପୁରୁଷମାନଙ୍କୁ ସୁରକ୍ଷା ନ ଦିଏ, ତେବେ ଅଭିଯୁକ୍ତ ହେବା ପାଇଁ କୌଣସି ପୁରୁଷ ବୋଧେ ଆଉ ଆଗକୁ ରହିବେ ନାହିଁ । ,ଥିସହିତ ସେ ପୂର୍ବରୁ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କହି, ତାଙ୍କ ହାତରେ ଥିବା କଟା ଚିହ୍ନକୁ ଦେଖାଇଥିଲେ । ସ୍ତ୍ରୀଙ୍କ ବିଷୟରେ ଅଭିଯୋଗ କରିବ ସହ ସେ ତାଙ୍କ ବାପା ମାଙ୍କୁ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ଶେଷରେ, ମୋ ମୃତ୍ୟୁ ପରେ ମୋ ବାପାମାଆଙ୍କୁ କେହି ସ୍ପର୍ଶ ବି ବରିବ ନାହିଁ ବୋଲି କହି ଭିଡିଓ ଶେଷ କରିଥିଲେ ।
ତେବେ ଏହି ଘଟଣା ପରେ, ମାନବଙ୍କ ବାପା ସଦର ପୋଲିସ ଷ୍ଟେସନରେ ତାଙ୍କ ପୁଅର ମୃତ୍ୟୁ ପାଇଁ ବୋହୂଙ୍କୁ ଦାୟୀ କରି ଏକ ଅଭିଯୋଗ ଦାଖଲ କରିଛନ୍ତି । କିନ୍ତୁ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ମାନବଙ୍କ ସ୍ତ୍ରୀ । ଓଲଟି ମାନବଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀ ମଦ ନିଶା କରୁଥିଲେ, ପୂର୍ବରୁ ଅନେକ ଥର ନିଜକୁ ଗୁରୁତର ଆଘାତ କରି ଆତ୍ମହତ୍ୟା କରିବାପୁ ଚେପେ୍ଟା ମଧ୍ୟ କରିଛନ୍ତି । ମୁଁ ତାଙ୍କୁ ତିନି ଥର ରକ୍ଷା କରିଥିଲି। ମଦ୍ୟପାନ ପରେ ସେ ମୋତେ ମଧ୍ୟ ଆଟାକ୍ କରିଥିଲେ । ମୁଁ ମୋ ଶ୍ୱଶୁର ଘର ଲୋକଙ୍କୁ ଅନେକ ଥର ଜଣାଇଥିଲି, କିନ୍ତୁ ସେମାନେ ମୋର ନିବେଦନକୁ ଅଣଦେଖା କରିଥିଲେ ବୋଲି ଅଭିଯୋଜ କରିଛନ୍ତି ମାନବଙ୍କ ସ୍ତ୍ରୀ ।
ତେବେ ଏନେଇ ପୋଲିସଙ୍କ କହିବାନୁଯାୟୀ, ପୀଡିତାଙ୍କ ବାପା ପୋଲିସରେ ଅଭିଯୋଗ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ । ତଦନ୍ତ ପରେ ସତ ଜଣାପଡିବ ।
ସେପଟେ ଏହି ଘଟଣା ବେଙ୍ଗାଲୁରୁରେ ଅତୁଲ ସୁଭାଷଙ୍କ ସାମ୍ପ୍ରତିକ ଆତ୍ମହତ୍ୟା ମାମଲା ସହିତ ତୁଳନା କରିଛନ୍ତି ନେଟିଜେନ୍ସ ।
Comments are closed.