Latest Odisha News

BREAKING NEWS

୩ରେ ରିଲିଜ କରିବ ଆହାନ ଓ ତାରାଙ୍କ ‘ତଡପ୍‌’

ମୁମ୍ବାଇ: ନବାଗତା ଅଭିନେତା ତଥା ସୁନୀଲ୍‌ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ ‘ତଡପ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ ତାରା ସୁତାରିଆ। ତେବେ ଚଳଚ୍ଚିତ୍ର ‘ତଡପ’ ଚଳିତ ବର୍ଷ ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମିଲନ୍‌ ଲୁଥ୍ରିଆ।

ଫିଲ୍ମର ନିର୍ମାତା ସୋସିଆଲ ମିଡିଆରେ ଏ ନେଇ ଘୋଷଣା କରିଥିଲେ। ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି।

‘ତଡପ’ ମୁଖ୍ୟ ଭୂମିକାରେ ଅହାନ୍ ଶେଟ୍ଟୀ ଏବଂ ତାରା ସୁତାରିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ହେଉଛି ତେଲୁଗୁ ଚଳଚ୍ଚିତ୍ର RX 100 ର ଅଫିସିଆଲ୍ ହିନ୍ଦୀ ରିମେକ୍। ଯାହାକୁ ଅଜୟ ଭୁପତି ନିର୍ଦ୍ଦେଶନା ଦେଇଥିଲେ।

Comments are closed.