Latest Odisha News

BREAKING NEWS

ଅଜଣା ରୋଗରେ ୬ ମୃତ ୮୦ରୁ ଅଧିକ ଆକ୍ରାନ୍ତ

ମଥୁରା: ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ଏକ ସପ୍ତାହ ମଧ୍ୟରେ ମଥୁରାର କୋନ୍ ଗ୍ରାମରେ ୬ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡ଼ିଛି।

BjdElectrycity

IANS ର ଏକ ରିପୋର୍ଟ ଅନୁଯାୟୀ, ମଥୁରା, ଆଗ୍ରା ଏବଂ ରାଜସ୍ଥାନର ଭରତପୁରର ବିଭିନ୍ନ ଡାକ୍ତରଖାନାରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପାଖାପାଖି ୮୦ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ସେମାନଙ୍କଠାରେ ଉଚ୍ଚ ଜ୍ୱର ଜନିତ ଲକ୍ଷଣ ଦେଖିବାକୁ ମିଳିଛି। ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଡାକ୍ତରଙ୍କ ଏକ ଟିମ୍ ଗାଁ ପରିଦର୍ଶନ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ମ୍ୟାଲେରିଆ, ଡେଙ୍ଗୁ ଏବଂ କୋଭିଡ ରୋଗ ନିର୍ଣ୍ଣୟ ପାଇଁ ନମୁନା ନେଇଥିଲେ।

ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.