Latest Odisha News

ସିବିଆଇ ଓ ଇଡିର ଦୁରୁପଯୋଗ ଅଭିଯୋଗରେ ୯ ବିରୋଧୀ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି, ଦସ୍ତଖତ କଲାନି କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ଦଳର ନେତାମାନଙ୍କୁ ଫସାଇବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଦୁରୁପଯୋଗ ହେଉଛି। ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳର ନେତା।  ଯେଉଁ ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିର ଯୋଗ ଦେଉଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ବିରୋଧୀଦଳର ନେତାମାନେ ଅଭିଯୋଗ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା କଂଗ୍ରେସ କିନ୍ତୁ ଏଥିରୁ ବିରତ ରହିଛି।

ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଥିବା ଅଭିଯୋଗ ଚିଠିରେ ଭାରତୀୟ ରାଷ୍ଟ୍ର ସମିତି(ବିଆର୍‌ଏସ୍) ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚେନ୍ଦ୍ରଶେଖର ରାଓ, ଜାମ୍ମୁ-କାଶ୍ମୀରର ନ୍ୟାସ୍‌ନାଲ୍ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ତୃଣମୁଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର, ଉଦ୍ଧବ ଶିବସେନା ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ଦସ୍ତଖତ କରିବା ସହ ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। କଂଗ୍ରେସ ଦଳର ପ୍ରମୁଖ ନେତା ଓ ଗାନ୍ଧୀ ପରିବାର ସଦସ୍ୟ ନିଜେ ସିବିଆଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ତାର ତଦନ୍ତ ପରିସରରେ ଆସୁଥିଲେ ବି ଦଳ ପକ୍ଷରୁ ଚିଠିରେ ଦସ୍ତଖତ କରାଯାଇ ନାହିଁ।

ଏହି ଚିଠିରେ ସେମାନେ ଲେଖିଛନ୍ତି ଯେ ୨୦୧୪ ପରଠାରୁ ବିଜେପି ସରକାର ଆସିବା ପରେ ଦେଶର ଅଧିକାଂସ ବିରୋଧୀ ଦଳର ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସାମ୍ନା କରିଛନ୍ତି। ହେଲେ ବିଜେପିରେ ଯୋଗ ଦେଇଥିବା କୌଣସି ନେତା କେବେ ହେଲେ ତଦନ୍ତ ପରିସରଭୂକ୍ତ ହୋଇ ନାହାନ୍ତି। ଏନେି ଚିଠିରେ ଉଦାହରଣ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ କଥା କୁହାଯାଇଛି।

ଏଥିରେ ଲେଖାଯାଇଛି “ ଉଦାହରଣ ସ୍ୱରପୁ ପୂର୍ବତନ କଂଗ୍ରେସ ନେତା ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ସିବିଆଇ ଓ ଇଡି ଦ୍ୱାରା ୨୦୧୪ ଓ ୨୦୧୫ରେ ପ୍ରମାଣିତ ହୋଇଥିଲା। ହେଲେ ସେ ବିଜେପିରେ ଯୋଗ ଦେବା ପରେ ଏହି ମାମଲା ଆଉ ଆଗକୁ ବଢ଼ିଲାନି। ସେହିପରି ନାରଦା ଷ୍ଟିଂ ଅପରେସନ ମାମଲାରେ ପୂର୍ବତନ ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟ ଇଡି ଓ ସିବିଆଇ ସ୍କାନରରେ ଆସିଥିଲେ। ହେଲେ ସେମାନେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ପରେ ମାମଲା ଆଗକୁ ବଢ଼ିଲାନି। ମହାରାଷ୍ଟ୍ରର ନାରାୟଣ ରାଣେଙ୍କ ସମେତ ଏମିତି ଅନେକ ଉଦାହରଣ ରହିଛି।”

ସେହିପରି ବିଭିନ୍ନ ରାଜ୍ୟରେ ରାଜ୍ୟପାଳମାନେ ରାଜ୍ୟ ସରକାରଙ୍କର କାମରେ ହସ୍ତକ୍ଷେପ କରିବା ନେଇ ଚିଠିରେ ଅଭିଯୋଗ କରାଯାଇଛି। ଏଥିରେ ଲେଖାଯାଇଛି “ସେମାନେ ଜାଣିଶୁଣି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ରାଜ୍ୟ ସରକାରମାନଙ୍କୁ ଦୁର୍ବଳ କରୁଛନ୍ତି। ଏଥିପାଇଁ ନିଜ ଇଚ୍ଛା ଅନୁସାରେ ଶାସନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି।”

ଚିଠିରେ ତାମିଲନାଡୁ, ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା, ଦିଲ୍ଲୀ ଉପରାଜ୍ୟପାଳ ଆଦି ଗଭର୍ଣ୍ଣରମାନଙ୍କ ବିରୋଧରେ ଚିଠିରେ ଅଭିଯୋଗ ହୋଇଛି। ଏମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବାର ମୂଳ କାରଣ ବୋଲି ଚିଠିରେ କୁହାଯାଇଛି।

କେନ୍ଦ୍ର ଚଦନ୍ତକାରୀ ସଂସ୍ଥା ପକ୍ଷପାତ କରୁଥିବା ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିବା ବେଳେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ସପା ନେତା ଅଖିଳେଶ ଯାଦବ କେନ୍ଦ୍ରୀୟ ସଂସ୍ଥାର ଏଭଳି ଦୁରୁପଯୋଗକୁ ନିନ୍ଦା କରିଛନ୍ତି।

ବିଜେପି ପ୍ରତିକ୍ରିୟା

ବିରୋଧୀ ଦଳର ନେତାମାନଙ୍କର ଏହି ଚିଠିରେ ଜବାବ ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା। ସେ ଲେଖିଛନ୍ତି ଯେ ମନୀଷ ସିସୋଦିଆଙ୍କୁ ବଞ୍ଚାଇବା ପାଇଁ ବିରୋଧୀ ଦଳମାନେ ଚିଠି ଲେଖିଛନ୍ତି। ଦିନ ଅଜମଲ କସାବକୁ ବି ଛାଡ଼ି ଦେବାକୁ ଏଭଳି ଚିଠି ଲେଖାଯାଇଥିଲା। ହେରେ ପରେ ସେ ଦୋଷୀ ସାବ୍ୟସ୍ତ ହେଲା । ଯେବେ ଏମିତି ଚିଠି ଆସିବ ତେବେ ଜାଣିବ ଯେ ଅପରାଧକ ସୁନିଶ୍ଚିତ ହୋଇଛି। ଏବେ ସୁରକ୍ଷା ଦେବାକୁ ନେତାଣାନେ ତତ୍ପର ହୋଇ ଉଠିଛନ୍ତି ବୋଲି କପିଲ ମିଶ୍ରା ଟ୍ୱିଟ୍ କରି ଲେଖିଛନ୍ତି।

Leave A Reply

Your email address will not be published.