Latest Odisha News

BREAKING NEWS

ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଶିକ୍ଷାନୁଷ୍ଠାନରେ AI (କୃତିମ ବୁଦ୍ଧିମତା)କୁ ନେଇ ବଡ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, କଲେଜରେ ଆରମ୍ଭ ହେବ AI ଶିକ୍ଷା । ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’ ପାଠ୍ୟକ୍ରମ ।

ରମାଦେବୀ ବିଶ୍ୱବିଦ୍ୟାଳୟରେ AI & ROBOTICS CENTER of EXCELLENCE ଖୋଲାଯାଇଛି। Odisha State Open University, ସମ୍ବଲପୁରରେ କଳା ସ୍ନାତକୋତର ଦ୍ଵିତୀୟ ସେମିଷ୍ଟାରରେ AI ପାଠ୍ୟକ୍ରମ ପଢା ଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସେହିପରି ୧୭ଟି ବିଶ୍ଵବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି । ୪୬୧ ଆସୋସିଏଟ୍ ଓ ୨୬୪ ପ୍ରଫେସର ପଦ ପୂରଣ ହୋଇନି । ଅଣଶିକ୍ଷକ ନିଯୁକ୍ତି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ୨୩୨୫ ଅଣଶିକ୍ଷକ ପଦ ପୂରଣ କରିବା ବାକି ଅଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.