Latest Odisha News

BREAKING NEWS

ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋର୍ବଟ

ନୂଆଦିଲ୍ଲୀ : ଏଣିକି କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ଆସନ୍ତା ମାସରୁ ଆମେରିକାରେ ରୋବର୍ଟ କେସ ଲଢ଼ିବାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିବ । ‘ଡୁନଟ୍‌ପେ’ ନାମକ କମ୍ପାନି ପ୍ରସ୍ତୁତ କରିଥିବା ଆପ୍‌ ସାହାଯ୍ୟରେ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ସେହି ଆପ୍‌ ହେଉଛି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)  । ଏହି ଏଆଇ ସାହାଯ୍ୟରେ କୋର୍ଟରେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିପାରିବ ରୋବର୍ଟ। ଡୁନଟ୍‌ପେ ଆପ୍ ହେଉଛି ବିଶ୍ବର ପ୍ରଥମ ରୋବଟ ଓକିଲ  ।

ନୂଆ ବୈଜ୍ଞାନିକଙ୍କ କହିବା ଅନୁଯାୟୀ , ଆସନ୍ତା ଫେବ୍ରୁଆରିରେ ପ୍ରଥମଥର ପାଇଁ ରୋବଟ ଜଣେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିବ। ତେବେ ସେ କେଉଁ କୋର୍ଟରେ ଓ କେଉଁ ମୁଦାଲାଙ୍କ ପାଇଁ କେସ୍‌ ଲଢ଼ିବ ତାହା ଡୁନଟ୍‌ପେ ପ୍ରକାଶ କରିନାହଁନ୍ତି । ଡୁନଟ୍‌ପେ କମ୍ପାନିର ଉଦ୍ଦେଶ୍ୟ ଅଧିକ ଅର୍ଥ ନେଉଥିବା ଓକିଲଙ୍କ ଦୌରାତ୍ମ୍ୟରୁ ମହକିଲଙ୍କୁ ବଞ୍ଚାଇବା  । ଏହି ଏଆଇ ଆପ୍‌ ସ୍ମାର୍ଟଫୋନ୍‌ରେ ଚାଲିବା ସହ ଇୟରପିସ୍ ସାହାଯ୍ୟରେ କୋର୍ଟର ଶୁଣାଣିରେ ଭାଗନେଇ ଯୁକ୍ତି ଉପସ୍ଥାପନ କରିପାରିବ ।

ଏହି ରୋବର୍ଟ ଯେକୌଣସି ମାମଲା ଏବଂ ସରକାରଙ୍କ ବିରୋଧରେ ଲଢ଼ିପାରିବ । ଆଉ ଯେକୌଣସି ଦୋଷୀଙ୍କୁ ଦୋଷୀ ବୋଲି ପ୍ରମାଣ କରିବାରେ ସକ୍ଷମ ହେବ ବୋଲି ଡୁନଟ୍‌ପେ କମ୍ପାନି ଦାବି କରିଛି । ତେବେ ଏହି କ୍ମପାନୀ ୨୦୧୫ରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନୀ ଜୋଶୁଆ ବ୍ରାଉଡରଙ୍କ ଦ୍ବାରା କାଲିଫର୍ଣ୍ଣିଆରେ ପ୍ରତିଷ୍ଠା କରାଯାଇଥିଲା  ।

 

 

 

Leave A Reply

Your email address will not be published.