Latest Odisha News

BREAKING NEWS

ଡ଼ିସେମ୍ବର ୧୧ ପରେ ଏଆଇସିସି ଓଡ଼ିଶା ପ୍ରାର୍ଥୀ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ

ଭୁବନେଶ୍ୱର: ପାଞ୍ଚଟି ରାଜ୍ୟର ନିର୍ବାଚନ ଭୋଟ ଗଣତି ପରେ ଜାତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶା ବିଧାନସଭା ଲାଗି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ ।

ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ଓଡ଼ିଶା ପ୍ରଦେଶ କମିଟି (ଓପିସିସି)ର ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ଲାଗି ୪୨ ଜଣ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏଆଇସିସି କୁ ପଠାଇଥିଲୁ । “ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି, ଏହି ରାଜ୍ୟ ଗୁଡ଼ିକର ନିର୍ବାଚନ ଭୋଟ ଗଣତି ସମାପ୍ତ ହେବା ପରେ ଏଆଇସିସି ଓଡ଼ିଶା ପ୍ରାର୍ଥୀ ତାଲିକା ଘୋଷଣା କରିବା ବୋଲି ନିଷ୍ପତ୍ତି ନେଇଛନ୍ତି” ।

ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଏବେ ନିର୍ବାଚନ ଅନୁଷ୍ଠିତ ହେଉଛି । ଛତିଶଗଡ଼ରେ ନଭେମ୍ବର ୧୨, ନଭେମ୍ବର ୨୮ରେ ଛତିଶଗଡ଼ରେ ମତଦାନ ହୋଇଥିଲା । ରାଜସ୍ଥାନ ଓ ତେଲେଙ୍ଗାନାରେ ଡ଼ିସେମ୍ବର ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

ଏହି ୫ଟି ରାଜ୍ୟରେ ହୋଇଥିବା ମତଦାନର ଗଣତି ହୋଇ ଡ଼ିସେମ୍ବର ୧୧ ତାରିଖରେ ଘୋଷିତ ହେବ ।

Leave A Reply

Your email address will not be published.