Latest Odisha News

କରୋନା ଟିକାର ଜରୁରିକାଳୀନ ବ୍ୟବହାର ପାଇଁ DCGI ଅନୁମତି ଲୋଡ଼ିଲା ଜାୟଜସ୍ କାଡିଲା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ମିଳିପାରେ ଆଉ ଗୋଟିଏ କରୋନା ଟିକା । ମହାମାରୀ ବିରୋଧ ଲଢ଼େଇରେ ସାମିଲ ହେବ ଜାୟଡସ୍ କାଡିଲାର କରୋନା ଭ୍ୟାକସିନ୍ । ଜରୁରିକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆକୁ (DCGI) ଅନୁମତି ମାଗିଛି ଜାୟଡସ୍ କାଡିଲା ।

ଭାରତରେ ୫୦ଟି ସହରରେ ଟିକା ଟ୍ରାଏଲ୍ ହୋଇଛି । ନିକଟରେ ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ହୋଇଥିଲା । ମୋଟ୍ ୨୮ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଟ୍ରାଏଲ ହୋଇଥିଲା । ଏଥିରୁ ସଫଳତା ମିଳିଛି । ସେହିପରି ପ୍ରଥମ ଥର ଦେଶରେ ୧୨-୧୮ ବର୍ଷ ପିଲାଙ୍କ ଉପରେ ମଧ୍ୟ କରୋନା ଟିକାର ଟ୍ରାଏଲ ବି କରିଛି ଜାୟଡସ୍ କାଡିଲା ।

କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ବାର୍ଷିକ ୧କୋଟି ୨୦ ଲକ୍ଷ ଡୋଜ୍ କୋଭିଡ୍ ଟିକା ଉତ୍ପାଦନ କରିବ । ଜାୟଡସ୍ କାଡିଲାକୁ ଊଉଏଓ ଅନୁମତି ଦେଲେ ଭାରତକୁ ପଞ୍ଚମ କରୋନା ଟିକା ମିଳିବ । ଏବେ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ଫୁଟନିକ୍ ଟିକା ଭାରତରେ ଲୋକଙ୍କୁ ଦିଆଯାଉଛି । ନିକଟରେ ଆମେରିକାର ଟିକା ମୋଡେର୍ଣ୍ଣାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

Leave A Reply

Your email address will not be published.