Latest Odisha News

BREAKING NEWS

ଆସନ୍ତାକାଲି ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ AIIMS, ଜାରି ରହିବ ଜରୁରୀକାଳୀନ ସେବା

ନୂଆଦିଲ୍ଲୀ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶବାସୀ ଉତ୍ସାହିତ ରହିଛନ୍ତି । ଜାନୁଆରୀ ୨୨ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନକୁ ଅଧାଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ । ଆଉ ଏପରି ସ୍ଥଳେ ଦିଲ୍ଲୀ ଏମ୍ସ ଅଧାଦିନ ପାଇଁ ବନ୍ଦ ରହିବ କିନ୍ତୁ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଆଉଟଡୋର୍ ବନ୍ଦ ରହିବ ବୋଲି ଘୋଷଣା କରିଥିଲା ଦିଲ୍ଲୀ ଏମ୍ସ । କିନ୍ତୁ ଏହାକୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିଲା । ଏହାପରେ ଛୁଟି ନିଷ୍ପତ୍ତିକୁ ବାତିଲ୍ କରିଛି ଏମ୍ସ । ଆସନ୍ତାକାଲି ୨.୩୦ ପର୍ଯ୍ୟନ୍ତ ଏମ୍ସ ବନ୍ଦ ରହିଲେ ମଧ୍ୟ ଓପିଡି ଖୋଲାରହିବ ।

Leave A Reply

Your email address will not be published.