Latest Odisha News

ଆଞ୍ଚଳିକ ନାୟକଙ୍କ ନାମରେ ନାମିତ ହେବ ଏମ୍ସ 

ନୂଆଦିଲ୍ଲୀ:  ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ଓ ଏୈତିହାସିକ ଘଟଣାର ସ୍ମାରକିଙ୍କ ନାମରେ ଦେଶର ଦିଲ୍ଲୀ ସମେତ ସମସ୍ତ ୨୩ଟି ଏମ୍ସ ନାମକରଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସର୍ମ୍ପକରେ ପରାମର୍ଶ ଲୋଡିବା ପରେ ଅଧିକାଂଶ ଏମ୍ସ ନାମ ତାଲିକା ଦାଖଲ କରିଛନ୍ତି  ।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ଏନ୍ସ କୁ ନିର୍ଦ୍ଦିଷ୍ଟ ନାମ ଦେବା ବିଷୟରେ ପରାମର୍ଶ ନିଆଯାଇଥିଲା, ଯାହା ସ୍ଥାନୀୟ କିମ୍ବା ଆଞ୍ଚଳିକ ନାୟକ , ସ୍ୱାଧୀନତା ସଂଗ୍ରାମୀ, ସମ୍ପୃକ୍ତ ଏମ୍ସ ଅବସ୍ଥିତ ଅଞ୍ଚଳର ନିର୍ଦ୍ଦିଷ୍ଟ ଭୈଗୋଳିକ ପରିଚୟ ସହିତ ସଂଯୁକ୍ତ ହୋଇପାରିବ ବୋଲି ଏମ୍ସ ଅଧିକୀରି ସୂଚନା ଦେଇଛନ୍ତି । ଅଧିକାଂଶ ଏମ୍ସ  ତିନିରୁ ଚାରି ନାମ ପରାମର୍ଶ ଦେଇଛନ୍ତି  |

୬ଟି ନୂଆ ଏମ୍ସ ବିହାରର ପାଟନା, ଛତିଶଗଡର ରାୟପୁର, ମଧ୍ୟପ୍ରଦେଶର ଭୋପାଳ, ଓଡିଶାର ଭୁବନେଶ୍ୱର, ରାଜସ୍ଥାନର ଯୋଧପୁର ଓ ଉତ୍ତରାଖଣ୍ଡର ଋଷିକେଶରେ ପ୍ରତିଷ୍ଠା ହୋଇଛି । ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ୧୬ ଏମ୍ସରେ ଏମବିବିଏସ ଓ ଆଉଟ ପେସେଣ୍ଟ ସେବା ଆରମ୍ଭ ହୋଇଯାଇଛି । ଅନ୍ୟ ଦୁଇଟିରେ କେବଳ ଏମବିବିଏସ କ୍ଲାସ୍ ଚାଲିଛି । ଶେଷ ୪ଟି ଏମ୍ସରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି  ।

Leave A Reply

Your email address will not be published.