Latest Odisha News

ଆଜି ୮୭ତମ ‘ବାୟୁସେନା ପ୍ରତିଷ୍ଠା ଦିବସ’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ୮୭ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି ।

ଏହି ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର ପ୍ରଦର୍ଶନ ଦେଖାଇବେ । ଏହି ପ୍ରଦର୍ଶନୀରେ ଚିନୁକ ହେଲିକାପ୍ଟର, ଆପାଚି ଲଢୁଆ ବିମାନ ଜାଗୁଆର, ମିଗ-୨୧ ବିସନ, ମିଗ୍-୨୯ ମିରାଜ-୨୦୦୦ ଏବଂ ସୁଖୋଇ ଓ ତେଜସ୍ ଭଳି ଲଢୁଆ ବିମାନର ମଧ୍ୟ ପ୍ରଦର୍ଶନ କରାଯାଇଛି ।

ଏନେଇ ଭାରତୀୟ ଏୟାରଫୋର୍ସ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଅନ୍ୟପକ୍ଷରେ ଏୟାର ଚିଫ୍ ମାର୍ଶାଲ ଆରକେ ଭଦୌରିଆ ଏହି ସମାରୋହକୁ ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରତିଷ୍ଠା ଦିବସରେ ବାୟୁ ସେନାକୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଆଣିବା ଲାଗି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୧୯୩୨ ମସିହାରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେ ସମୟରେ ବାୟୁସେନା ‘ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ’ ନାମରେ ପରିଚିତ ଥିଲା ଏବଂ ପରେ ୧୯୫୦ ମସିହାରେ ଏହାର ନାମ ବଦଳାଯାଇ ‘ଇଣ୍ଡିଆନ ଏୟାର ଫୋର୍ସ’ ରଖାଯାଇଥିଲା ।

Comments are closed.