ନୂଆଦିଲ୍ଲୀ: ରିୟାଦ ଏବଂ ଦମ୍ମାମକୁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଚଳାଚଳ ନଭେମ୍ବର ୭ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଭାରତୀୟ ଦୂତାବାସ ଘୋଷଣା କରିଛି।
ଉଭୟ ଏୟାରଲାଇନ୍ସ ପକ୍ଷରୁ ଜେଦ୍ଦାହକୁ ବିମାନ ସେବା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ।
ସାଉଦି ଆରବରେ ନାଗରିକ ଭିତ୍ତିଭୂମି, ବିଶେଷକରି ରିୟାଦ ଏବଂ ଦମ୍ମାମ ବିମାନବନ୍ଦର ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଭାରତ ସରକାର କହିଛନ୍ତି ଯେ ସାଉଦି ଆରବରେ ଫସି ରହିଥିବା ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ସେମାନଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ଏବଂ ଟୁର୍ ଅପରେଟରମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି।
MEA ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଗତ ସପ୍ତାହରେ ପ୍ରାୟ ୩,୦୦୦ ଫସି ରହିଥିବା ଉମରା ତୀର୍ଥଯାତ୍ରୀ ସାଉଦି ଆରବରୁ ଭାରତ ଫେରିଛନ୍ତି। ଏହା ସହିତ ୧୦,୦୦୦ ରୁ ଅଧିକ ନିୟମିତ ଉମରା ତୀର୍ଥଯାତ୍ରୀ ମଧ୍ୟ ଭାରତ ଫେରିଛନ୍ତି।
ସେ କହିଛନ୍ତି ଯେ ଅବଶିଷ୍ଟ ଯାତ୍ରୀମାନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ଆଲୋଚନା ଚାଲିଛି। ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ଫସି ରହିଥିବା ଯାତ୍ରୀମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଆହୁରି ମଧ୍ୟ ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ପାଇଁ ରିୟାଦ ଏବଂ ଜେଦ୍ଦାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି।

