Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା; କଟକଣା ଲଗାଇଲେ ଜିଲ୍ଲାପାଳ, ୨୯ ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ 

ବ୍ରହ୍ମଗିରି: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କାରଣ ଆଗାମୀ ଦିନରେ ପ୍ରବଳ ବର୍ଷା ସହ ସମୁଦ୍ର ଅଶାନ୍ତ ରହିବ।

ସୂଚନା ଅନୁଯାୟୀ, ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଚିଲିକା ହ୍ରଦରେ ଡଙ୍ଗା ଏବଂ ପର୍ଯ୍ୟଟକ ବୋଟ୍ ସେବା ବନ୍ଦ ରହିବ। ଘାଟଗୁଡ଼ିକରେ ଫେରି ସେବା ଏବଂ ଡଙ୍ଗା ଚଳାଚଳ ଉପରେ ନଜର ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଭାବେ ଡଙ୍ଗା ଚଳାଚଳକୁ ରୋକିବା ପାଇଁ କଡ଼ା ନଜର ମଧ୍ୟ ରଖାଯିବ।

ତେବେ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ମାନଙ୍କୁ କୁହାଯାଇଛି। ନିଜ ନିଜ ଅଞ୍ଚଳରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ତହସିଲଦାର, ବିଡିଓ, ସହରାଞ୍ଚଳ କର୍ତ୍ତୃପକ୍ଷ ଏବଂ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବ୍ୟତୀତ ଯେଉଁମାନେ ଏହି କଟକଣାକୁ ଉଲ୍ଲଂଘନ କରିବେ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.