Latest Odisha News

BREAKING NEWS

ଟେକଅଫ୍ ନେବା ସମୟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଦୁବାଇ ଅଭିମୁଖେ ବାହାରିଥିବା ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ରତିରେ ତ୍ରିଚି ବିମାନ ବନ୍ଦର ପାଚିରିରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ଗୁରୁବାର ରାତିରେ ଏହି ବିମାନଟି ରନୱେ ରୁ ଟେକ ଅଫ କରିବା ସମୟରେ କୌଣସି କାରଣବଶତଃ ନିକଟସ୍ଥ ପାଚେରୀରେ ଧକ୍କା ହୋଇଯାଇଥିଲା । ବିମାନରେ ଥିବା ସମସ୍ତ ୧୩୬ ଜଣ ଯାତ୍ରୀ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଏଥିଯୋଗୁଁ ବିମାନରେ ବୈଷୟିକ ତ୍ରୃଟି ଦେଖାଦେଇଥିଲା ବେଳେ ପ୍ରାଥମିକ ମରାମତି ପରେ ବିମାନଟି ପୁଣିଥରେ ଉଡାଣ ଆରମ୍ଭ କରିଥିଲା । ଏଥିସହିତ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇ ବିମାନକୁ ସମ୍ପୂର୍ଣ୍ଣ ମରାମତି କରାଯାଇଥିଲା ।

ତେବେ ପରବର୍ତ୍ତୀ ସମୟରେ ବିମାନଟି ଦୁବାଇ ଅଭିମୁଖେ ଯାତ୍ରା କରିଥିବା ବେଳେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.