Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦର୍ଶିତ ହେଲା ‘ସହିଦ ବାଜି ରାଉତ ପ୍ରାମାଣିକ ଚଳଚ୍ଚିତ୍ର’ର ପ୍ରିମିୟର୍

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସହୀଦ ବାଜିରାଉତଙ୍କ ଉପରେ ନିର୍ମିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ସଚିବାଳୟ ଠାରେ ପ୍ରଦର୍ଶିତ ହୋଇଯାଇଛି । ଏହି ୨୫ ମିନିଟର ପ୍ରାମାଣିକ ଚଳଚ୍ଚିତ୍ରରେ ସହୀଦ ବାଜି ରାଉତଙ୍କ ସାହସ ଓ ଦେଶଭକ୍ତିର ସଫଳ ଉପସ୍ଥାପନା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ଏବଂ ସେ ଚଳଚ୍ଚିତ୍ରର ପ୍ରଯୋଜକ ସତ୍ୟବ୍ରତ ରଥ ଓ ନିର୍ଦ୍ଦେଶକ ଚିନ୍ମୟ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱାଧିନତା ସଂଗ୍ରାମର ମୂଲ୍ୟବୋଧରେ ବିକାଶ ନିମନ୍ତେ ଏହି ଚଳଚ୍ଚିତ୍ରକୁ ବିଭିନ୍ନ ବିଦ୍ୟାଳୟରେ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ୧୯୩୮ ମସିହା ଅକ୍ଟୋବର ୧୧ରେ ବାଜି ରାଉତ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇ ବ୍ରିଟିଶ ପୋଲିସ ଗୁଳିରେ ମାତ୍ର ୧୨ ବର୍ଷ ବୟସରେ ସହୀଦ ହୋଇଥିଲେ ।

ତେବେ ତାଙ୍କ ସହୀଦ ଦିବସ ଅବସରରେ ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇଛି ।

Leave A Reply

Your email address will not be published.