Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: କ୍ଷମା ମାଗିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତି କିଛିଦିନ ତଳେ ଦୁର୍ବ୍ୟବହାର କରିଥିଲେ । ଏହାକୁ ସବୁଆଡୁ ସାମ୍ବାଦିକ ମାନେ ଦୃଢ ବିରୋଧ କରିଥିଲେ ତେବେ ଶେଷରେ ଶୁକ୍ରବାର ଦିନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କରିଥିବା ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଗଣମାଧ୍ୟମ ପ୍ରତି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାରକୁ ନେଇ ଗତ କିଛିଦିନ ହେବ ରାଜ୍ୟ ତମାମ ପ୍ରତିବାଦ କରାଯାଉଛି। ରାଜଧାନୀଠୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ସାମ୍ବାଦିକ ଏହାର ପ୍ରତିବାଦ କରୁଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି ।

ସମ୍ପୃକ୍ତ ଗଣମାଧ୍ୟମର ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ କେନ୍ଦ୍ରାପଡ଼ା ଥାନାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ମାମଲା ରୁଜ୍ଜୁ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୫ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଜନପ୍ରତିନିଧି ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ଗାଳିଗୁଲଚ ମଧ୍ୟ କରିଥିଲେ । ଏହା ସହ ଅନୁଭବ ମହାନ୍ତି ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ବୁମ୍ ଠେଲିବା ସହ ଘୋଷାଡ଼ି ନେଇ ତାଚ୍ଛଲ୍ୟ କରି ତାଳି ମାରିଥିଲେ ।

ଗୁରୁବାର ଦିନ ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ବାଦିକମାନେ ସାଂସଦଙ୍କ ଏଭଳି ଦୁର୍ବ୍ୟବହାରର କଡା ପ୍ରତିବାଦ କରିଥିଲେ। ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ୟ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ ମଧ୍ୟ ଦିଆଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଦାବି କରାଯାଇଥିଲା। ଏହା ସହିତ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ ଦାବି କରିଛନ୍ତି ସାମ୍ବାଦିକ ମାନେ ।

Leave A Reply

Your email address will not be published.