ଭୁବନେଶ୍ବର : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ବ । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଆସନ୍ତାକାଲି ସେ ଦାୟିତ୍ବ ଗ୍ରହଣ କରିବେ ।
କାରଗିଲ୍ ଯୁଦ୍ଧରେ ଅପୂର୍ବ ସାହାସିକତା ଦେଖାଇଥିବାରୁ ତାଙ୍କୁ ବାୟୁସେନା ମେଡାଲ ମିଳିଥିଲା । ଟାଇଗର ହିଲ୍ରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ । ଏହାସହ ଫାଇଟର ଜେଟ୍ ମିରାଜ୍ର ପାଇଲଟ୍ ଭାବେ ଦିଲୀପଙ୍କର ଢ଼େର ଦକ୍ଷତା ରହିଛି । ସେହିଭଳି ମିଗ୍-୨୧ ସହିତ ବିଭିନ୍ନ ପ୍ରକାର ଲଢୁଆ ବିମାନ ଉଡ଼ାଇବାରେ ସେ ସିଦ୍ଧହସ୍ତ । ୨୦୨୦ରେ ଏୟାର ମାର୍ଶାଲ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା ।
Comments are closed.