Latest Odisha News

BREAKING NEWS

ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଆଗାମୀ ମୁଖ୍ୟ ହେବେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ । ଭି.ଆର ଚୌଧୁରୀଙ୍କୁ ଆଗାମୀ ବାୟୁସେନା ମୁଖ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଅଛନ୍ତି ବି.ଆର ଚୌଧୁରୀ । ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ନେବେ ବର୍ତ୍ତମାନ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୋରିଆ । ତାଙ୍କ ସ୍ଥାନରେ ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ ଭି.ଆର ଚୌଧୁରୀ ।

BjdElectrycity

ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇସାରିଛନ୍ତି ଏୟାର ମାର୍ଶାଲ ବିବେକ ଚୌଧୁରୀ । ଏୟାର ମାର୍ଶାଲ ଭି.ଆର ଚୌଧୁରୀ ଚଳିତ ବର୍ଷ ଜୁଲାଇ ପହିଲାରେ ବାୟୁସେନା ଉପମୁଖ୍ୟ ଦାୟିତ୍ବ ସମ୍ଭାଳିଥିଲେ । ୨୯ ଡିସେମ୍ବର ୧୯୮୨ ମସିହାରେ ବାୟୁସେନାରେ ସାମିଲ ହୋଇଥିଲେ ବିବେକ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀର ଛାତ୍ର ଥିଲେ । ଏୟାର ମାର୍ଶାଲ ବିବେକ ଚୌଧୁରୀଙ୍କ ପାଖରେ ବାୟୁସେନା ଯୁଦ୍ଧ ବିମାନ ଉଡାଇବାର ଅଭିଜ୍ଞତା ରହିଛି । ସେ ଅପରେସନ ମେଘଦୂତ ଏବଂ ଅପରେସନ ସଫେଦ ସାଗର ସମୟରେ ଗୁରୁତ୍ବପୂର୍ଣ୍ଣ ବିମାନ ଉଡାଇ ନିଜ ପରାକ୍ରମ ଦେଖାଇ ସାରିଛନ୍ତି ।

Leave A Reply

Your email address will not be published.