Latest Odisha News

BREAKING NEWS

ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଜାତିସଂଘ ପ୍ରତିନିଧିଙ୍କ ପ୍ରଶଂସା

ଭୁବନେଶ୍ବର : ରାଜ୍ୟର ମହିଳା ସଶକ୍ତିକରଣ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ଜାତିସଂଘର ମହିଳା ପ୍ରତିନିଧି ସୁଶାନ ଜେନ ଫରଗୁସନ୍‌ଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବୈଷୟିକ ଶିକ୍ଷାରେ ସ୍ନାତକ ହାସଲ କରୁଥିବା ଏକ ତୃତୀୟାଂଶଙ୍କ ମଧ୍ୟରେ ଯେଭଳି ମହିଳା ରହିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଷୟିକ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ‘ସୁଦକ୍ଷା’ ଭଳି ଯୋଜନାରେ ମହିଳା ମାନେ ରାଜ୍ୟରେ ଆଇଟିଆଇ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି । ଏହି ଯୋଜନାରେ ମହିଳାଙ୍କୁ ଆଇଟିଆଇ ପାଠ୍ୟକ୍ରମରେ ନାମଲେଖା ପାଇଁ ୬ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ସେହିପରି ବର୍ତ୍ତମାନର ମ୍ୟାନୁଫ୍ୟାକ୍ଟରିଂ ଇଣ୍ଡଷ୍ଟ୍ରିରେ ମହିଳାଙ୍କର ଭୂମିକା ବେଶ ଗୁରୁତ୍ବ ବହନ କରୁଛି । ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କରିବେ ବୋଲି ଆଲୋଚନା ବେଳେ ଜାତିସଂଘର ମହିଳା ପ୍ରତିନିଧିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ଆଗକୁ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯିବ । ଯେଉଁ ମହିଳା ମାନେ ଅଧାରୁ ପାଠପଢା ବନ୍ଦ କରିଛନ୍ତି ସେମାନଙ୍କୁ ଆଉଥରେ ସୁଯୋଗ ଦିଆଯିବ । ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜାତିସଂଘର ମହିଳା ପ୍ରତିନିଧି । ସେହିପରି ରାଜ୍ୟରେ ଗରିବୀ ହ୍ରାସ ପାଇଁ ସରକାର କରୁଥିବା ଯୋଜନାକୁ ମଧ୍ୟ ଫରଗୁସନ୍ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.